32.1 C
Bhubaneswar
Friday, April 26, 2024
Homeଓଡିଶାପୋଲିସ୍ ଚେକିଙ୍ଗ ବେଳେ ଦୁଇ ବାଇକ୍ ମୁହାଁମୁହିଁ ଧକା, ତିନି ଜଣ ଗୁରୁତର

ପୋଲିସ୍ ଚେକିଙ୍ଗ ବେଳେ ଦୁଇ ବାଇକ୍ ମୁହାଁମୁହିଁ ଧକା, ତିନି ଜଣ ଗୁରୁତର

ଭୁବନ:  ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଚାଲିଥିବା ବେଳେ ଗ୍ରାମାଚଂଳ ଓ ସହରାଚଂଳରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ତରଫରୁ କଡାକଡି ଭାବେ ମାସ୍କ ଓ ହେଲମେଟ୍ ଚେକିଙ୍ଗ୍ ଚାଲିଛି । ଅମାନିଆଙ୍କୁ ସାବାଡ କରିବା ପାଇଁ ପ୍ରଶାସନ ପକ୍ଷରୁ ଜରିମାନା ସହ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଭୁବନରୁ ଢେଙ୍କାନାଳ ଦେଇ ଯାଇଥିବା ପୁର୍ତ ବିଭାଗ ରଗଡି ରାସ୍ତାରେ ଭୁବନ ପୁଲିସ୍ ବିଭାଗ ତରଫରୁ କଡାକଡି ଚେକିଙ୍ଗ୍ ସମୟରେ ଖସି ପଳାଉଥିବାବେଳେ ଅମାନିଆ ମାନେ ଦୁର୍ଘଟଣାର ସମ୍ମୁଖୀନ ହେଇଥିବା ଯଣାପଡିଛି ।
ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଭୁବନ ଅଚଂଳରେ ଏପରି ଅଘଟଣା ଦେଖିବାକୁ ମିଳିଛି । ଭୁବନ ପୁଲିସ ତରଫରୁ ଚେକିଙ୍ଗ ଚାଲିଥିବା ବେଳେ ଜଣେ ଅମାନିଆ ଫାଇନକୁ ଏଡାଇବାକୁ ଯାଇ ଖସି ପଳାଉଥିବା ବେଳେ ଅନ୍ୟ ଏକ ବାଇକରେ ମୁହାଁମୁହିଁ ଭାବେ ଧକା ହୋଇଥିବା ଜଣାପଡିଛି । ଯାହା ଫଳରେ ବାଇକ ଦୁଇଟି ମୁହାମୁହିଁ ଧକା ହେବା ଯୋଗୁଁ ଦୁର୍ଘଟଣା ବାଇକ ଆରୋହି ସମେତ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଭାବେ ଉଦ୍ଧାର କରି ପୁଲିସ ତରଫରୁ ଭୁବନ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତି କରିଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂଙ୍କଟାପନ୍ନ ହୋଇଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । କଟକ ସ୍ଥାନାନ୍ତର ହୋଇଥିବା ଗୁରୁତର ମାନେ ଟିପିଳେଇ ଗ୍ରାମର ବଳଭଦ୍ର ପ୍ରଧାନ ଓ ଦିବ୍ୟାଙ୍ଗା ଗ୍ରାମର ମନୋଜ ସାହୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking