28.1 C
Bhubaneswar
Saturday, April 27, 2024
Homeଓଡିଶା୬ଟି ଚୋରା ମଟର ସାଇକେଲ ଜବଦ, ୩ ଗିରଫ

୬ଟି ଚୋରା ମଟର ସାଇକେଲ ଜବଦ, ୩ ଗିରଫ

ଯାଜପୁର: ଯାଜପୁର ଜିଲ୍ଲାର ବୈରାଗୀ ପୋଲିସ ୬ଟି ଚୋରା ମଟର ସାଇକେଲ ଜବଦ କରିବା ସହିତ ୩ଜଣଙ୍କୁ ଗିରଫ କରିଛି l ଏହା ବୈରାଗୀ ପୋଲିସକୁ ବଡ ସଫଳତା ମିଳିଛି l ଗୁରୁବାର ଛତିଆ ଅଞ୍ଚଳରୁ ଏକ ମଟରସାଇକଲ ଚୋରି ହୋଇଥିଲା l ଏ ସମ୍ପର୍କରେ ବୈରାଗୀ ଥାନାରେ ଅଭିଯୋଗ ହୋଇଥିଲା l ବୈରୀ ଥାନା ଅଧିକାରିଣୀ ସଂଘମିତା ନାୟକଘଟଣାକୁ ଗମ୍ଭୀରତା ନେଇଥିଲେ l ବିଭିନ୍ନ ସ୍ଥାନ ଚଢ଼ଉ କରିଥିଲେ l ଜେନାପୁର ଥାନା ଖଡ଼କପୁର ଗ୍ରାମର ଧୀରେନ୍ଦ୍ର ସ୍ୱାଇଁଙ୍କ ଠାରୁ ଗୋଟିଏ ଚୋରି ହୋଇଥିବା ମଟର ସାଇକେଲ ଜବଦ କରିବା ତାଙ୍କୁ ଗିରଫ କରି ଚୋରି ସମ୍ପର୍କରେ ତଥ୍ୟ ସଂଗହ କରିଥିଲେ l ଟାଙ୍ଗୀ ଥାନାର ମୁଗୁରା ଗ୍ରାମର ପ୍ରକାଶ ସାମଲ ଠାରୁ ଚୋରା ମଟର ସାଇକେଲ ଜବଦ କରି ଗିରଫ କରିଥିଲେ l ପରେ ଛଡେଇପଦା ଗ୍ରାମରୁ କାହ୍ନୁ ସାମଲକୁ ଗିରଫ କରି ଥିଲେ l ଲୁଚେଇ ରଖି ଥିବା ୪ଟି ମଟର ସାଇକେଲ ଜବଦ କରି ଗିରଫ କରି ଥିଲେ l ୩ଅଭିଯୁକ୍ତ ନାମରେ ଏକ ମକଦ୍ଦମା ରୁଜୁ କରି କୋର୍ଟକୁ ପଠାଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking