29.1 C
Bhubaneswar
Saturday, May 4, 2024
Homeଓଡିଶାବଜାରରେ ମିଳୁଥିବା ଚିକେନରେ ପୋକ ସାଲୁବାଲୁ

ବଜାରରେ ମିଳୁଥିବା ଚିକେନରେ ପୋକ ସାଲୁବାଲୁ

ଯାଜପୁର : ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପ୍ରମିଶ୍ରୀତ ପନିପରିବା ଠାରୁ ମାଛ ମାଂସ ବିକ୍ରି ହେଉଛି l ଏ ଭଳି ଏକ ଦୃଶ୍ୟ ଦେଖିବାକୁ
ମିଳିଛି ବଡ଼ଚଣା ଥାନା ଅନ୍ତର୍ଗତ ସିହା ଗ୍ରାମର ଖଗେଶ୍ୱର ସାହୁ ଦର୍ପଣଗଡ଼ରେ ଥିବା ଏକ ବ୍ରଏଲର୍ ଚିକେନ୍ ଦୋକାନରୁ l ଚିକେନ୍ ଖରିଦ୍ କରି ଘରକୁ ନେଇଥିଲେ ଜଣେ ଆଇନଜୀବି । ତାକୁ ଘରେ ଧୋଇବା ପରେ ମସଲା ପ୍ରସ୍ତୁତ କରି ଯେତେବେଳେ କସିବା ଆରମ୍ଭ କରାଗଲା ଗରମ ବାମ୍ଫ ପାଇ ସେହି ଚିକେନ ଭିତରୁ ବହୁ ସଂଖ୍ୟାରେ ପୋକ ସବୁ ସାଲୁବାଲୁ ହୋଇ ବାହାରକୁ ବାହାରି ଆସୁଥିବା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଶେଷରେ ତାହାକୁ ପୋତି ଦେଇଥିଲେ ।

ଏହି ଘଟଣାରୁ ବଜାରରେ ବିକ୍ରି ହେଉଥିବା ଚିକେନ୍ ସ୍ଵାସ୍ଥ୍ୟ ପାଇଁ ବାସ୍ତବରେ କେତେ ଯେ ଭଲ ହୋଇଥିବ ସେଥିନେଇ ଏବେ ଗ୍ରାହକ ମହଲରେ ଚିନ୍ତା ପ୍ରକାଶ ପାଇଛି l ଚିକେନ୍ ଖରିଦ୍ କରି ନେଇ ତାହାକୁ ରାନ୍ଧି ଖାଉଥିବା ପ୍ରତ୍ୟେକ ଗ୍ରାହକଙ୍କ ପକ୍ଷେ ଏହାକୁ ନିରୀକ୍ଷଣ କରିବା ସମ୍ଭବପର ହୋଇ ନ ଥାଏ । ତେଣୁ ଖାଦ୍ୟ ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ସମସ୍ତ ଚିକେନ୍ କାଉଣ୍ଟରକୁ ଯାଇ ସେଠାରେ ବିକ୍ରି ହେଉଥିବା ଚିକେନର ସାମ୍ପୁଲ୍ ସଂଗ୍ରହ କରି ପରୀକ୍ଷାଗାରକୁ ନେଇ ଯାଞ୍ଚ୍ କରିବା ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗ୍ରାହକମାନଙ୍କୁ ସଠିକ୍ ପରାମର୍ଶ ଦେଇ ଆଶ୍ବସ୍ତ କରିବାକୁ ଦାବୀ ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking