38.1 C
Bhubaneswar
Tuesday, April 23, 2024
Homeଖେଳଇନିଂସ ପରାଜୟ ଏଡ଼ାଇବାକୁ ଭାରତର ସଂଘର୍ଷ

ଇନିଂସ ପରାଜୟ ଏଡ଼ାଇବାକୁ ଭାରତର ସଂଘର୍ଷ

ହେଡିଂଲି: ଚେତେଶ୍ବର ପୂଜାରା ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ହେଡିଂଲିରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଇନିଂସ ପରାଜୟ ଏଡାଇବାକୁ ଭାରତୀୟ ବ୍ୟାଟ୍‌ସମ୍ୟାନ ସଂଘର୍ଷ ଜାରି ରଖିଛନ୍ତି। ଇନିଂସ ପରାଜୟ ଏଡାଇବାକୁ ଭାରତକୁ ୩୫୪ରନ ଆବଶ୍ୟକତା ଥିବାବେଳେ ଦଳ ଦ୍ବିତୀୟ ଇନିଂସ ବେଳକୁ ୨ ୱିକେଟ ହରାଇ ୨୧୫ ରନ କରିଛି। ଭାରତ ହାତରେ ଆଉ ୮ ୱିକେଟ ରହିଥିବା ବେଳେ ଆବଶ୍ୟକତା ରହିଥିବାବେଳେ ଇନିଂସ ପରାଜୟ ଏଡାଇବାକୁ ୧୩୯ ରନ ଆବଶ୍ୟକତା ରହିଛି। ପ୍ରଥମ ଇନିଂସରେ ୭୮ରନରେ ଆଉଟ୍‌ ହୋଇଥିବା ଭାରତକୁ ଇନିଂସ ପରାଜୟ ଏଡାଇବା ପାଇଁ ଦ୍ବିତୀୟ ଇନିଂସରେ ୩୫୪ରନ ଆବଶ୍ୟକତା ଥିଲା। ଦୁଇ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମା ସତର୍କତାର ସହିତ ଇନିଂସ ଆରମ୍ଭ କରିଥିଲେ।

ଉଭୟେ ୧୮ ଓଭର ପର୍ଯ୍ୟନ୍ତ କୌଣସି ୱିକେଟ ଦେଇନଥିଲେ। ମଧ୍ୟାହ୍ନ ବିରତିର ଶେଷ ବଲ ପୂର୍ବରୁ ରାହୁଲଙ୍କ ୱିକେଟ ହରାଇଥିଲା ଭାରତ। ସ୍କୋର ୩୪ରନ ଥିବାବେଳେ କ୍ରେଗ ଓଭରଟନଙ୍କ ବଲରେ ରାହୁଲ ୮ରନ କରି ବେୟାରଷ୍ଟୋଙ୍କ ହାତରେ କ୍ୟାଚ ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ରୋହିତ ଓ ଚେତେଶ୍ବର ପୂଜାରା ଧୀରେଧୀରେ ଇନିଂସକୁ ଆଗକୁ ବଢାଇଥିଲେ। ଚା ପାନ ବିରତି ପର୍ଯ୍ୟନ୍ତ ପୂଜାରା ଓ ରୋହିତ ଭାରତ ପାଇଁ ଆଉ କୌଣସି କ୍ଷତି ପହଞ୍ଚାଇନଥିଲେ। ଉଭୟେ ଦ୍ବିତୀୟ ୱିକେଟ ଯୋଡ଼ିରେ ୮୨ରନ ଭାଗିଦାରୀ କରିଥିଲେ। ରୋହିତ ଦୃଢତାର ସହିତ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ।

ସ୍କୋର ୧୧୬ରନ ଥିବାବେଳେ ଓଲି ରବିନ୍‌ସନ୍‌ଙ୍କ ବଲରେ ରୋହିତ ଏଲବିଡବ୍ଲୁ ଆଉଟ୍‌ ହୋଇଥିଲେ। ରୋହିତ ୧୫୬ଟି ବଲ ଖେଳି ୭ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୯ରନ କରି ଆଉଟ୍‌ ହୋଇଥିଲେ। ରୋହିତଙ୍କ ୱିକେଟ ପରେ ଅଧିନାୟକ ବିରାଟ କୋହଲି ଓ ପୂଜାରା ସତର୍କତାର ସହିତ ଖେଳି ସ୍କୋରକୁ ଆଗକୁ ବଢାଇଥିଲେ। ପୂଜାରା ଗୋଟିଏ ପଟେ ୱିକେଟରେ ତିଷ୍ଟି ରହିବା ସହିତ ଚମତ୍କାର ସଟ୍‌ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ପୂଜାରା ୯୧ ଓ ବିରାଟ କୋହଲି ୪୫ ରନ କରି ଖେଳୁଥିଲେ। ଇଂଲଣ୍ଡ ପକ୍ଷରୁ ରବିନ୍‌ସନ ଓ କ୍ରେଗ ଓଭରଟନ୍ ୧ଟି ଲେଖାଏଁ ୱିକେଟ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking