29.1 C
Bhubaneswar
Friday, May 10, 2024
Homeବ୍ରେକୀଙ୍ଗଆମ୍ବାନୀ ପରରିବାରକୁ ହତ୍ୟା ଧମକ

ଆମ୍ବାନୀ ପରରିବାରକୁ ହତ୍ୟା ଧମକ

ମୁମ୍ବାଇ : ଉଦ୍ୟୋଗପତି ମୁକେଶ ଆମ୍ବାନୀଙ୍କ ଘର ସାମନାରୁ କେବଳ ସନ୍ଦିଗ୍ଧ କାର ମିଳିନଥିଲା । ଏହାସହ ଆମ୍ବାନୀ ପରିବାରକୁ ଏକ ଧମକ ପୁର୍ଣ୍ଣ ଚିଠି ମଧ୍ୟ ମିଳିଛି । ଏହି ଚିଠିରେ ପୁରା ପରିବାରକୁ ବମରେ ଉଡାଇ ଦେବା ପାଇଁ ଧମକ ଦିଆଯାଇଛି । କାର ଭିତରେ ଥିବା ଏକ ବ୍ୟାଗରୁ ଏହି ଚିଠି ମିଳିଛି ।

ସେଥିରେ ଲେଖା ଅଛି ,”ମୁକେଶ ଭାଇ ଓ ନୀତା ଭାଉଜ ଏହା ଏକ ଝଲକ ମାତ୍ର । ତୁମ ପରିବାରକୁ ଉଡାଇ ଦେବା ପାଇ ଯୋଜନା ବନା ସରିଛି । ଏହିଥର ଜିଲୋଟିନ ଏସେମ୍ବଲ କରାଯାଇନାହିଁ କିନ୍ତୁ ଆଗକୁ ଏହା ହେବ ନାହିଁ ।”

ସୂଚନାଯୋଗ୍ୟଯେ, ଦକ୍ଷିଣ ମୁମ୍ବାଇରେ ରହୁଥିବା ଉଦ୍ୟୋଗପତି ମୁକେଶ ଆମ୍ବାନୀଙ୍କ ଘର ପାଖରୁ ଗୁରୁବାର ଏକ କାରରେ ବିସ୍ଫୋଟକ ସାମଗ୍ରୀ ମିଳିଥିଲା । ଏହି କାରକୁ ଯାଞ୍ଚ କରିବା ପରେ ଏଥିରୁ ଏକ ଚିଠି ମଧ୍ୟ ମିଳିଥିଲା । ଯେଉଁଥିରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ଏହି ଘଟଣା ପରେ ଆମ୍ବାନୀଙ୍କ ଘର ପାଖରେ ସୁରକ୍ଷା କଡାକଡି କରାଯାଇଛି । ଏହି ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ୭ ଜଣଙ୍କୁ ପଚରାଉଚରା କରିଛି । କିନ୍ତୁ ଏହି ଘଟଣାକୁ ନେଇ କୌଣସି ସୂଚନା ମିଳିପାରିନାହିଁ । ତେବେ ଏଣ୍ଟେଲିୟାର ବାହାରେ ରଖାଯାଇଥିବା ଏହି ଗାଡିରେ ମିଳିଥିବା ବ୍ୟାଗରେ ମୁମ୍ବାଇ ଇଣ୍ଡିଆନ୍ସ ଲୋଖାଯାଇଥିଲା ବୋଲି କୁହାଯାଉଛି । ଯାହାକୁ ନେଇ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking