29.1 C
Bhubaneswar
Saturday, April 27, 2024
Homeକରୋନାଦେଶରେ ଭୟଙ୍କର ରୂପ ନେବ ତୃତୀୟ ଲହର

ଦେଶରେ ଭୟଙ୍କର ରୂପ ନେବ ତୃତୀୟ ଲହର

ଭୁବନେଶ୍ବର : ନିତି ଆୟୋଗଙ୍କ ସତର୍କବାଣୀ। ଦେଶରେ ଭୟଙ୍କର ରୂପ ନେବ ତୃତୀୟ ଲହର। ଦୈନିକ ସଂକ୍ରମଣ ୪ଲକ୍ଷ ଛୁଇଁବାର ସମ୍ଭାବନା ରହିଛି । ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ୍‌। ପ୍ରତି ୧୦୦ ଜଣରେ ୨୦ଜଣ ସଂକ୍ରମିତ ହସ୍‌ପିଟାଲରେ ଭର୍ତ୍ତି ହୋଇପାରନ୍ତି। ଏଥିପାଇଁ ୨ଲକ୍ଷ ଆସିୟୁ ବେଡ୍‌ ପ୍ରସ୍ତୁତ ରଖିବାକୁ କମିଟି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି। ଭେଣ୍ଟିଲେଟର ବ୍ୟବସ୍ଥା ରହିଥିବା ୧ଲକ୍ଷ ୨୦ହଜାର ଆଇସିୟୁ ବେଡ୍‌ ସହ ୭ଲକ୍ଷ ସାଧାରଣ ବେଡ୍‌ ଏବଂ ୧୦ଲକ୍ଷ ଆଇସୋଲେସନ୍‌ ବେଡ୍‌ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡିବ। ସମ୍ଭାବ୍ୟ ପରିସ୍ଥିତି ପାଇଁ ଓଡ଼ିଶା ପ୍ରସ୍ତୁତ ରହିଛି। କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଛନ୍ତି। ସେହିପରି ସଂକ୍ରମଣ ହାର ଉପରେ ନଜର ରଖିବା ପାଇଁ ସର୍ଭିଲାନ୍ସ, ଟେଷ୍ଟି ଓ ଟ୍ରାକିଂ ତ୍ୱରାନିତ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking