28.1 C
Bhubaneswar
Thursday, May 2, 2024
Homeଓଡିଶାଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

କେନ୍ଦ୍ରାପଡ଼ା : ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା । ୭ଦିନ ଧରି ଚାଲିବ ଗଣନା କାର୍ଯ୍ୟ। ଚଳିତ ବର୍ଷ ପକ୍ଷୀ ଗଣନା ପାଇଁ ୨ଟି ଟିମ୍‌ ଗଠନ ହୋଇଛି । ପ୍ରତ୍ୟେକ ଟିମ୍‌ରେ ୭ଜଣ ଲେଖାଏଁ ସଦସ୍ୟ ନିୟୋଜିତ ଅଛନ୍ତି । ଦେଶର କୋଣ ଅନୁକୋଣରୁ ବିଭିନ୍ନ ପ୍ରଜାତିର ଦେଶୀୟ ପକ୍ଷୀ ନିଜର ବଂଶ ବିସ୍ତାର ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଛନ୍ତି । ଭିତରକନିକାର ବିଭିନ୍ନ ସ୍ଥାନରେ ବସା ବାନ୍ଧିଛନ୍ତି ଏହି ଦେଶୀୟ ପକ୍ଷୀ । ଗେଣ୍ଡାଳିଆ, ରାଣୀ ବଗ, ମଝିଆ ବଗ, ଛୋଟ ବଗ, ଖଇରା ବଗ, ଅଞ୍ଜନା ବା ମାଟିଆ ବଗ, ପାଣି କୁଆ, ଅନ୍ଧାରିଆ ବଗ, ଦାଆଁବେଟିଆ, କାପରଖାଇ ପ୍ରଭୃତି ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking