27.8 C
Bhubaneswar
Friday, April 19, 2024
Homeଓଡିଶାରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ରେକର୍ଡ

ରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ରେକର୍ଡ

ଭୁବନେଶ୍ବର: ଶ୍ରାବଣ ଗଲା । ଆକାଶରୁ ଝରିଲାନି ବର୍ଷା । ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ । ରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ୯୦ ପ୍ରତିଶତ ଜିଲ୍ଲାରେ ବର୍ଷା ସ୍ୱାଭାବିକଠାରୁ କମ୍‌ ରହିଛି। ଜୁନରୁ ଆଜି ସୁଦ୍ଧା ସ୍ୱାଭାବିକଠାରୁ ୩୦ ପ୍ରତିଶତ କମ୍‌ ବର୍ଷା ହୋଇଛି । ୨୨ଟି ଜିଲ୍ଲାରେ ୧୯ରୁ ୩୯ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ୫ଟି ଜିଲ୍ଲା ୩୯ରୁ ୫୯ ପ୍ରତିଶତ କମ ବର୍ଷା ହୋଇଛି। ଯାଜପୁରରେ ୫୪, ଭଦ୍ରକରେ ୫୦, ବଲାଙ୍ଗିରରେ ୪୩, ଅନୁଗୁଳ ୪୦ ଓ କେନ୍ଦୁଝର ୪୨ ପ୍ରତିଶତ କମ୍‌ ବର୍ଷା ହୋଇଛି। ଜୁନ ମାସରେ ୧୬ ପ୍ରତିଶତ, ଜୁଲାଇରେ ୨୧ ପ୍ରତିଶତ ଓ ଅଗଷ୍ଟରେ ଆଜି ସୁଦ୍ଧା ୫୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ହାରାହାରି ନିଅଣ୍ଟ ପରିମାଣ ରହିଛି ୩୦ ପ୍ରତିଶତ। କେବଳ ମାଲକାନଗିରି, କୋରାପୁଟ ଓ ନୂଆପଡ଼ାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।

୧ ଜୁନ୍‌ରୁ ୨୨ ଅଗଷ୍ଟ ମଧ୍ୟରେ ଓଡ଼ିଶାରେ ପାଖାପାଖି ୫୮୩.୭ ମିମି ବର୍ଷା ରେକର୍ଡ ହୋଇଯାଇଛି; ଯାହାକି ସ୍ବାଭାବିକ ବର୍ଷା ୮୩୬.୨ ମିମିଠାରୁ ୩୦% କମ୍‌ । ଅର୍ଥାତ ଏହା ନିଅଣ୍ଟିଆର ପରିସରଭୁକ୍ତ ରହିଛି। ଏହି ସମୟ ପରିଧି ମଧ୍ୟରେ ପାଖାପାଖି ୨୭ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ପ୍ରଭାବିତ ଭାବେ ୫ ଜିଲ୍ଲାରେ ୪୦% କିମ୍ବା ଏହାଠାରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା। ଏଠାରେ ୫୪% କମ୍‌ ବର୍ଷା, ଭଦ୍ରକରେ ୫୦% ନିଅଣ୍ଟିଆ, ବଲାଙ୍ଗୀର ୪୩%, କେନ୍ଦୁଝର ୪୨% ଓ ଅନୁଗୁଳଠାରେ ୪୦% କମ୍‌ ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ବର ଓ କଟକର ଆକାଶ ଆଜି ଆଂଶିକ ମେଘାଚ୍ଛନ୍ନ ରହିଥିଲା। ଏଥିସହ ଅପରାହ୍ନରେ ହାଲୁକା ବର୍ଷା ହୋଇଥିବା ରେକର୍ଡ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking