30.1 C
Bhubaneswar
Friday, April 26, 2024
Homeଓଡିଶାବାଇପାସ ରାସ୍ତାରେ ହୋଇନି ଆଲୋକ ବ୍ୟବସ୍ଥା, ରାତିରେ ଅସାମାଜିକଙ୍କ ଅଭୟାରଣ୍ୟ

ବାଇପାସ ରାସ୍ତାରେ ହୋଇନି ଆଲୋକ ବ୍ୟବସ୍ଥା, ରାତିରେ ଅସାମାଜିକଙ୍କ ଅଭୟାରଣ୍ୟ

ରାଉରକେଲା: ଦକ୍ଷିଣ ରାଉରକେଲା ଅନ୍ତର୍ଗତ ତରକେରା ପମ୍ପ ହାଉସ ଠାରୁ ହାଇଟେକ ମେଡ଼ିକାଲ ଛକ ପର୍ଯ୍ୟନ୍ତ ଲମ୍ବିଛି ବାଇପାସ୍ ରାସ୍ତା । ଏହି ରାସ୍ତା ଅବସ୍ଥା ଖୁବ ଭଲ, ଦେଖିବାକୁ ପୁରା ଚକାଚକ, ହେଲେ ସଂଜ ନଇଁ ରାତି ହେଲେ ଏହି ରାସ୍ତା ଦେଇ ଗଲେ ଅସାମାଜିକ ବ୍ୟକ୍ତିଙ୍କ ଡର ସର୍ବଦା ମନ ଭିତରେ ଉଙ୍କି ମାରୁଥାଏ । ଏହି ରାସ୍ତାରେ ଏଯାଏ ହୋଇ ପାରିନି ଆଲୋକ ବ୍ୟବସ୍ଥା । ଏପରି ବିଦ୍ୟୁତ ଖୁଂଟିର ମଧ୍ୟ ଦେଖା ଦର୍ଶନ ନାହିଁ । ଉକ୍ତ ରାସ୍ତାରେ ରାଉରକେଲାର ଆରଜିଏଚ, ହାଇଟେକ ମେଡ଼ିକାଲ କଲେଜ, କୋର୍ଟ, ହନୁମାନ ବାଟିକା ଓ ଅନ୍ୟ ଅଂଚଳକୁ ଯିବାକୁ ହେଲେ ଦକ୍ଷିଣ ରାଉରକେଲା ସମେତ ସାରନଗରୀବାସୀ ସହଜ  ଓ ସୁଗମ ବୋଧ୍ୟ ହୋଇଥାଏ,  ଅପରପକ୍ଷେ ହେକେଟ ରୋଡ଼ର ଅବସ୍ଥା ଜର୍ଜର ଥିବା କାରଣରୁ ଲୋକେ ଏହି ରାସ୍ତା ଦେଇ ବହୁ ସମୟରେ ଯିବା ଆସିବା କରିବା ଦେଖିବାକୁ ମିଳିଥାଏ । ଏହି ରାସ୍ତାରେ ସଳ୍ପ ସମୟ ଲାଗିବା ସହ ଗାଡ଼ିଲେ ଗଲେ ଇନ୍ଧନ କମମାତ୍ରାରେ ବ୍ୟବହୃତ ହୁଏ । ମାତ୍ର ରାତ୍ରି ୧୦ଟା ପରେ ରାସ୍ତାରେ ଆଲୋକ ନଥିବା କାରଣରୁ ଅନେକ ଲୋକ ଏହି ରାସ୍ତାରେ ଯିବାକୁ  ଅମଙ୍ଗ ହୋଇଥାନ୍ତି । ରାସ୍ତାଟି ନିର୍ଜନ ଥିବାରୁ ଅସାମାଜିକ ବ୍ୟକ୍ତି ମାନଙ୍କ ଆକ୍ରମଣ, ଲୁଟ୍ ଆଦିର ସମ୍ଭାବନା ରହିବା ସ୍ୱାଭାବିକ । ଯଦି  ରାତିରେ ଏହି ରାସ୍ତାରେ ପୁଲିସ କର୍ମୀ ଅବା ହୋମଗାର୍ଡ଼ଙ୍କୁ ପ୍ରଶାସନ ପକ୍ଷରୁ ମୁତୟନ କରାଗଲେ ଏହି ରାସ୍ତାଟି ରାତିରେ ବ୍ୟବହାର ଉପଯୋଗୀ ହୋଇ ପାରନ୍ତା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking