28.1 C
Bhubaneswar
Saturday, April 27, 2024
Homeଅପରାଧବିବାହ ବେଦୀରେ ସତ ଜାଣିବା ପରେ ବିଷ ପିଇ ଆତ୍ମହତ୍ୟା କଲେ ଯୁବତୀ

ବିବାହ ବେଦୀରେ ସତ ଜାଣିବା ପରେ ବିଷ ପିଇ ଆତ୍ମହତ୍ୟା କଲେ ଯୁବତୀ

ନୂଆଦିଲ୍ଲୀ: ଝିଅର ବାହାଘର ପାଇଁ ସାରା ପରିବାର ଲୋକ ଖୁସିରେ ଫାଟିପଡୁଥିବା ବେଳେ ଏହି ଖୁସି ବେଶି ସମୟ ରହିନଥିଲା। ଘରେ ଖେଳିଯାଇଥିଲା ଶୋକର ଛାୟ। କାରଣ ବାହା ହେଉଥିବା ଝିଅଟି ନିଜେ ବିଷ ପିଇ ମରି ଯାଇଥିଲା। ଏହାର କାରଣ ହେଲା ବିବାହ କରିବାକୁ ଆସିଥିବା ଯୁବକର ପୂର୍ବତନ ପ୍ରେମିକା ହଠାତ ସେଠାରେ ପହଁଞ୍ଚି ଯାଇଥିଲେ। ସେ ଯୁବତୀ ଜଣକ କହିଥିଲେ ତାଙ୍କ ସହ ଏହି ଯୁବକର ସମ୍ପର୍କ ରହିଛି ଏବଂ ଗର୍ଭବତୀ ଅଛନ୍ତି। ଆଉ ଏ ପିଲା ବାପା ହେଉଛି ଏହି ଯୁବକ। ଏହି ଘଟଣା ଶୁଣିବା ପରେ ବାହାଘରରେ ଦୁଇପକ୍ଷ ମଧ୍ୟରେ ହୋଇଥିଲା ଯୋରଦାର ହଙ୍ଗାମା।  ଝିଅଘର ପକ୍ଷ ପୁଅ ଘରକୁ ବନ୍ଧକ କରିନେଇଥିଲେ। ଏସବୁ ଦେଖି ବିବାହ କରିବାକୁ ଯାଉଥିବା ଯୁବତୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଦେଇଥିଲେ। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର କନୌଜରେ ଦେଖିବାକୁ ମିଳିଛି।

ଏହି ଘଟଣା ସମ୍ପର୍କରେ ଯେତେବେଳେ ପୋଲିସ ଖବର ପାଇଥିଲା ସେଠାରେ ପହଁଞ୍ଚିଥିଲା। କିନ୍ତୁ ଗ୍ରାମବାସୀ ପୋଲିସ ଉପରେ ଆକ୍ରମଣ କରିଦେଇଥିଲା। ତେବେ ଗାଁର ମୁଖିଆ ବୁଝାଇବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ବିଷ ପିଇବା ପରେ ଝିଅଟିକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେ ମରିସାରିଥିଲେ। କନୌଜର ଧୀରପୁର ଗାଁର ଓରିୟା ଜନପଦର ମାଖନପୁରରେ ରହୁଥିବା ବିପିନ ବାହାଘର ପାଇଁ ନିଜ ସାଙ୍ଗରେ ବରଯାତ୍ରୀ ନେଇ ଆସିଥିଲେ। ଏହା ମଧ୍ୟରେ ବିପିନଙ୍କ ପୂର୍ବତନ ପ୍ରେମିକା ସେଠାରେ ପହଁଞ୍ଚି ସବୁ ସତକଥା ଜଣାଇଥିଲେ।

ଉଲ୍ଲେଖନୀୟ ଯେ, ବିପିନ ନୋଏଡାରେ ଚାକିରି କରୁଥିବା ବେଳେ ସେଠାରେ ଜଣେ ଯୁବତୀ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା। ଯୁବତୀ ଜଣକ ଗର୍ଭବତୀ ଥିଲେ। କିନ୍ତୁ ବିପିନ ତାଙ୍କୁ ବିବାହ କରିବେ ବୋଳି କହି ନିଜ ଘରକୁ ଚାଲିଆସିଥିଲେ, ଯେଉଁଠାରେ ତାଙ୍କ ବାପା-ମା ବାହାଘର ଧାର୍ଯ୍ୟ କରିଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking