26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଦୁନିଆର ସବୁଠୁ ବଡ ମାଛ, ଓଜନ ଜାଣିଲେ ହୋଶ ଉଡିଯିବ

ଦୁନିଆର ସବୁଠୁ ବଡ ମାଛ, ଓଜନ ଜାଣିଲେ ହୋଶ ଉଡିଯିବ

ନୂଆଦିଲ୍ଲୀ : ଦୁନିଆ ରହସ୍ୟରେ ଭରପୁର ହୋଇ ରହିଛି । ସମୟ ସମୟ ରେ ଲୋକଙ୍କ ସାମ୍ନାରେ ଏମିତି ଆଶ୍ଚ ର୍ଯ୍ୟକର ଘଟଣା ସବୁ ଘଟିଯାଇଥାଏ ଯେ ଯାହାକୁ ବିଶ୍ୱାସ କରିବା ସମ୍ଭବ ହୋଇ ନ ଥାଏ । ଏମିତି ରହସ୍ୟ କମ୍ବୋଡିଆନ ର ମେକଙ୍ଗ ନଦୀରୁ ଆସିଛି । ମାଛ ଧରାଳୀ ମାନେ ଏହି ନଦୀରୁ ବିଶାଳ ମଧୁର ଜଳର ମାଛକୁ ଧରିଛନ୍ତି । ଏହି ବିଶାଳ ମାଛର ନାମ ଷ୍ଟିଂଗ୍ରେ । ଯାହାର ଓଜନ ପାଖାପାଖି ୩୦୦ କିଲୋଗ୍ରାମ ।ରିସର୍ଚ୍ଚ ଅନୁଯାୟୀ ଏହା ଦୁନିଆର ସବୁଠୁ ମଧୁର ଜଳର ମାଛ । ଏହି ମାଛର ଲମ୍ବା ୧୩ ଫୁଟ । ଏହି ମାଛକୁ ଧରିବା ପରେ ମାଛ ଧରାଳି ଏନେଇ ବୈଜ୍ଞାନିକ ଏବଂ ରିସର୍ଚ୍ଚ ଙ୍କୁ ଜଣାଇଥିଲେ । ଏହା ପରେ ରିସର୍ଚ୍ଚ ଟିମ ପହଁଚିଥିଲେ । ଟିମ ଏହାର ଲମ୍ବା ମାପିବା ସହ ଏହାକୁ ଓଜନ ମଧ୍ୟ କରିଥିଲେ । ଏହା ପୂର୍ବରେ ମଧୁର ଜଳର ସବୁଠୁ ବଡ ମାଛ ଠାରୁ ବି ଏହାର ଓଜନ ଅଧିକ ଥିଲା । ୨୦୦୫ ରେ ଏହି କ୍ୟାଟ ଫଇସ ଥାଇଲ୍ୟାଣ୍ଡ ରେ ମିଳିଥିଲା ।ରିପୋର୍ଟ ଅନୁଯାୟୀ, ମାଛ ଦେହରେ ଇଲେକଟ୍ରୋନିକ ଟ୍ୟାଗ ଲଗାଯାଇଛି । ଯାହା ଦ୍ୱାରା ରିସର୍ଚ୍ଚ ଟିମ ଏହି ମାଛର ଗତିବିଧି ଉପରେ ନଜର ରଖି ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking