29.1 C
Bhubaneswar
Friday, May 10, 2024
Homeଦେଶ ବିଦେଶଜେଡ୍ ପ୍ଲସ୍ କାଟାଗୋରୀ ସୁରକ୍ଷାରେ ମୁତୟନ ହେବେ ମହିଳା କମାଣ୍ଡୋ

ଜେଡ୍ ପ୍ଲସ୍ କାଟାଗୋରୀ ସୁରକ୍ଷାରେ ମୁତୟନ ହେବେ ମହିଳା କମାଣ୍ଡୋ

ନୂଆଦିଲ୍ଲୀ: ଦେଶରେ ଭିଆଇପିଙ୍କ ସୁରକ୍ଷା ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହସ୍ତୀ (ଭିଆଇପି)ଙ୍କ ସୁରକ୍ଷାରେ ପ୍ରଥମ ଥର ପାଇଁ ସିଆର୍‌ପିଏଫ୍‌ର ମହିଳା କମାଣ୍ଡୋଙ୍କୁ ମୁତୟନ କରାଯିବ । ଏଥିପାଇଁ ୩୨ ଜଣ ମହିଳା କମାଣ୍ଡୋଙ୍କୁ ଭିଆଇପି ସୁରକ୍ଷାର ବିଶେଷ ଟ୍ରେନିଂ ଦିଆଯାଇଛି । ସୂଚନା ଅନୁସାରେ, ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମୟରେ ସିଆର୍‌ପିଏଫ୍‌ର ମହିଳା କମାଣ୍ଡୋଙ୍କୁ ଭିଆଇପିଙ୍କ ସୁରକ୍ଷାରେ ମୁତୟନ କରାଯାଇପାରେ । ତେବେ ଏହି ମହିଳା କମାଣ୍ଡୋ ଭିଆଇପିଙ୍କ ହାଉସ୍ ପ୍ରୋଟେକ୍ସନ୍ ଟିମ୍‌ରେ ସାମିଲ ହେବେ ।

ଜାନୁଆରୀ ପ୍ରଥମ ସପ୍ତାହରେ ମହିଳା କମାଣ୍ଡୋଙ୍କୁ ମୁତୟନ କରାଯାଇପାରେ ବୋଲି ଏହି ସୂତ୍ରରୁ ଜଣାଯାଇଛି । ସୂଚନାଯୋଗ୍ୟ, ସିଆର୍‌ପିଏଫ୍ ପକ୍ଷରୁ ବର୍ତ୍ତମାନ ଦେଶର ପାଞ୍ଚଜଣ ଭିଆଇପିଙ୍କୁ ଜେଡ୍ ପ୍ଲସ୍ କାଟାଗୋରୀ ସୁରକ୍ଷା ପ୍ରଦାନ କରାଯାଉଛି । ଏହି ଭିଆଇପିଙ୍କ ମଧ୍ୟରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରା (ଗାନ୍ଧୀ) ସାମିଲ । ବ୍ଲୁ ବୁକ୍ ଅନୁସାରେ ଯେଉଁ ଭିଆଇପିଙ୍କୁ ଜେଡ୍ ପ୍ଲସ୍ କାଟାଗୋରୀ ସୁରକ୍ଷା ପ୍ରଦାନ କରାଯାଏ ସେମାନଙ୍କ ଚାରିପଟେ କଡ଼ା ସୁରକ୍ଷା ପହରା ହୋଇଥାଏ । ଏହି କାର୍ଯ୍ୟରେ ୫୮ କମାଣ୍ଡୋ ନିୟୋଜିତ ହୋଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking