28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶମ୍ୟାମାଁର ଖଣିରେ ଦୁର୍ଘଟଣା: ୨୦ ଶ୍ରମିକ ମୃତ

ମ୍ୟାମାଁର ଖଣିରେ ଦୁର୍ଘଟଣା: ୨୦ ଶ୍ରମିକ ମୃତ

ନୂଆଦିଲ୍ଲୀ:  ମ୍ୟାମାଁର କାଚିନ୍ ରାଜ୍ୟର ହପାକାନ୍ତରେ ଥିବା ଏକ ମଣିପଥର ଖଣିରେ ବୁଧବାର ସକାଳେ ଲାଣ୍ଡ୍‌ସ୍ଲାଇଡ୍ ହେବା ଫଳରେ ୨୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାରୀ ଦଳ ଅନୁସାରେ, ବୁଧବାର ସକାଳ ୪ଟା ସମୟରେ ଏହି ଲାଣ୍ଡ୍‌ସ୍ଲାଇଡ୍ ହୋଇଥିଲା । ସେହିପରି ଖଣିର କାଦୁଅରେ ପ୍ରାୟ ୭୦ରୁ ୮୦ ଶ୍ରମିକ ନିକଟସ୍ଥ ଦ୍ରଦକୁ ଭାସି ଯାଇଥିବା କାଚିନ୍ ନେଟ୍‌ୱର୍କ ଡେଭେଲପ୍‌ମେଣ୍ଟ୍ ଫାଉଣ୍ଡେସନ୍‌ର ଜଣେ ଅଧିକାରୀ କହିଛନ୍ତି । ରିପୋର୍ଟ ଅନୁସାରେ ଏହି ଲାଣ୍ଡ୍‌ସ୍ଲାଇଡ୍‌ରେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ୨୫ ଜଣ ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । କେତେକ ଲୋକ ଡଙ୍ଗା ସାହାଯ୍ୟରେ ଖଣି ନିକଟରେ ଥିବା ହ୍ରଦରେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନରେ ଲାଗିଛନ୍ତି । ଏଠାରେ ୨୦୦ରୁ ଅଧିକ ଉଦ୍ଧାରକାରୀ କର୍ମଚାରୀ ରିଲିଫ୍ କାର୍ଯ୍ୟରେ ଲାଗିଛନ୍ତି । ହପାକାନ୍ତରେ ଥିବା ଖଣିଗୁଡ଼ିକ ଦୁର୍ଘଟଣା ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛି । ଏହି ଖଣିଗୁଡ଼ିକରେ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ କାମ କରିଥାନ୍ତି । ଗତବର୍ଷ ପ୍ରବଳ ବର୍ଷା ଫଳରେ ଏହି ରାଜ୍ୟରେ ଥିବା ଏକ ଖଣିରେ ଲାଣ୍ଡ୍‌ସ୍ଲାଇଡ୍ ହୋଇ ଶତାଧିକ ଲୋକ ପ୍ରାଣ ହରାଇଥିଲେ। ମ୍ୟାମାଁର ବିଶ୍ୱର ସର୍ବାଧିକ ମଣି ପଥର ଉତ୍ପାଦନ କରୁଥିବା ଦେଶ ହୋଇଥିଲେ ମଧ୍ୟ ଏଠାକାର ଖଣିରେ ସୁରକ୍ଷା ବ୍ୟବସ୍ଥା ବହୁତ କମ୍ । ମଣି (ସବୁଜ ରଙ୍ଗର ଚମକୁଥିବା ପଥର) ଦୁଇଟି ଅଲଗା ଅଲଗା ସିଲିକେଟ୍ ଖଣିଜରୁ ସୃଷ୍ଟି ହୋଇଥାଏ । ଏହାକୁ ଗହଣା ଭାବେ ବ୍ୟବହାର କରାଯାଇଥାଏ । ଏହା ବ୍ୟତୀତ ଏହାର ବ୍ୟବହାର ଅଣ୍ଟା ଏବଂ କିଡ୍‌ନୀ ରୋଗ ଚିକିତ୍ସାରେ ମଧ୍ୟ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking