28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗବଡ଼ ବିରୁହାଁ ଗ୍ରାମରେ ପାଣି ସମସ୍ୟାକୁ ନେଇ ତାତିଲେ ଗ୍ରାମବାସୀ

ବଡ଼ ବିରୁହାଁ ଗ୍ରାମରେ ପାଣି ସମସ୍ୟାକୁ ନେଇ ତାତିଲେ ଗ୍ରାମବାସୀ

ଯାଜପୁର : ଯାଜପୁର ଜିଲ୍ଲା କୋରାଇ ଅଧିନସ୍ଥ ବଡ ବିରୁହାଁ ଗ୍ରାମର ଗାଁ ରାସ୍ତାରେ ଚାଲିଛି ପାଣି । ଗାଁରେ ଡ୍ରେନ, ପାଣି ବ୍ୟବସ୍ଥା ଓ ରାସ୍ତା ନଥିବାରୁ ଗ୍ରାମର ଚତୁର୍ପାଶ୍ୱ ତଥା ଘର ଘର ପାଇଖାନା ଟାଙ୍କିରୁ ଆବର୍ଜନା ପାଣି ଗାଁ ଦାଣ୍ଡରେ ସୁଅ ଛୁଟୁଛି । ଏହି ପାଣିକୁ ନେଇ ପ୍ରତ୍ୟେକ ଦିନ ଗାଁ ପଡ଼ିଶା ଭିତରେ ଝଗଡା ପରିସ୍ଥିତି ସୃଷ୍ଟି ହୁଏ । ଏଥିନେଇ ଦୀର୍ଘ ୪ ବର୍ଷ ହେବ ଗ୍ରାମବାସୀମାନେ ବାରମ୍ବାର ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ କୌଣସି କର୍ଣପାତ କରୁନାହାନ୍ତି । ଗାଁ ରାସ୍ତାରେ ପାଣି ଚାଲିବାଦ୍ବାରା ଗ୍ରାମବାସୀ ମାନେ ଯାତାୟାତରେ ବାଧା ସୃଷ୍ଟି ହେଉଛି । ପାଣି ଦୀର୍ଘ ଦିନ ଧରି ରହିବା ଫଳରେ ସେଥି ରୁ ଦୁର୍ଗନ୍ଧ ବାହାରି ଗାଁ ପରିବେଶ କୁ ଦୂଷିତ କରୁଛି l ଗ୍ରାମବାସୀ ମାନେ ନାନାପ୍ରକାର ରୋଗ ର ଶିଖାର ହେଉଛନ୍ତି । ପାଣି ଜମି ରହିବା ଫଳ ରେ ନାହିଁନଥିବାର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଏବଂ ଗାଁକୁ କୌଣସି ବନ୍ଧୁ ବାନ୍ଧବ ମଧ୍ୟ ଆସିବାକୁ ମଙ୍ଗୁନାହାନ୍ତି । ପାଣି ଜମିବାଦ୍ୱାରା ରାସ୍ତାଟି ନର୍ଦମା ପାଲଟି ମଶା, ଡାଆଁସ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ । ଏହାର ସମାଧାନ ଶୀଘ୍ର ନକଲେ ଆଗାମୀ ଦିନରେ କୋରାଇ ବ୍ଲକ ଘେରାଉ କରିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking