24.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗମଧୁପୁର ମଣ୍ଡିରୁ ଧାନ ଉଠୁନାହିଁ, ପ୍ରଶାସନ ଅବହେଳା ବିରୁଦ୍ଧରେ ରାସ୍ତା ରୋକପାଇଁ ଚାଷୀଙ୍କ ଚେତାବନୀ

ମଧୁପୁର ମଣ୍ଡିରୁ ଧାନ ଉଠୁନାହିଁ, ପ୍ରଶାସନ ଅବହେଳା ବିରୁଦ୍ଧରେ ରାସ୍ତା ରୋକପାଇଁ ଚାଷୀଙ୍କ ଚେତାବନୀ

କଳାହାଣ୍ଡି:  ଚାଷ କାମ ଯାହାର କେତେ ସୁଖ ତାହାର, ବଦଳରେ ବର୍ତ୍ତମାନ ସମୟରେ ଚାଷ କାମ ଯାହାର କେତେ ଦୁଃଖ ତାହାର କହିଲେ ଅତ୍ୟୁକ୍ତି ହେବନାହିଁ । କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ବ୍ଲକ ଅନ୍ତର୍ଗତ ମଧୁପୁର ପଞ୍ଚାୟତ ମଣ୍ଡିରେ ଗତ ୧୨ ଡିସେମ୍ବର ୨୦୨୦ ତାରିଖରୁ ଧାନମଣ୍ଡି ଆରମ୍ଭ ହୋଇଥିଲେ ହେଁ ଚାଷୀ ସହିତ ଧାନ ବସ୍ତା ଖୋଲା ଆକାଶ ତଳେ ପଡି ରହିଛି । ମଧୁପୁର ମଣ୍ଡିର ୧୨ ହଜାର କୁଇଣ୍ଟାଲରୁ ଉର୍ଦ୍ଧ୍ବ କ୍ଷମତା ଥିବାବେଳେ ଏଯାବତ ମାତ୍ର ୩୩୮ କୁଇଣ୍ଟାଲ ଧାନ ଉଠିଥିବା ଜଣା ପଡିଛି ।

ଏହି ମଣ୍ଡିରେ ଚାଷୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆଣିଛନ୍ତି । ହାଡ଼ଭଙ୍ଗା ଶୀତରେ ମଧ୍ୟ ଦୀର୍ଘ ଦିନ ଧରି ମଣ୍ଡିରେ ପଡ଼ି ରହିଛନ୍ତି ଚାଷୀ, ନା ବିଭାଗୀୟ ଅଫିସରଙ୍କ ଦେଖା ମିଳୁଛି ନା ମିଲର୍ସ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ ମାନଙ୍କ ନିଦ୍ରା ଭାଙ୍ଗୁଛି ନା ପ୍ରଶାସନର । ଏହି ମଣ୍ଡିରୁ ଆଉ ଦୁଇଟି ମଣ୍ଡି ଏବର୍ଷ ଆରମ୍ଭ ହୋଇ ଧାନ ଉଠୁଥିଲା ବେଳେ ଏହି ମଣ୍ଡିରେ ଚାଷୀ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କି ରାତ୍ରୀରେ ଆଲୁଅ ସୁବିଧା ମଧ୍ୟ ନାହିଁ । ଏହାଛଡା ମିଲ ଦ୍ବାରା ପ୍ରଦତ୍ତ ବସ୍ତାର ଅବସ୍ଥା କହିଲେ ନ ସରେ, ଛିଣ୍ଡା ବସ୍ତା ରେ ଧାନ ଭର୍ତ୍ତି କଲେହିଁ ଧାନ ଉଠିବ ବୋଲି ମିଲ ମାଲିକ ଠାରୁ ଉତ୍ତର ମିଳୁଛି । ତେବେ ମଧୁପୁର ମଣ୍ଡିରୁ ଯଥା ଶୀଘ୍ର ଧାନ ଉଠାଣ ନ ହେଲେ, ବାଧ୍ୟ ହୋଇ ଚାଷୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking