28.1 C
Bhubaneswar
Saturday, April 27, 2024
Homeଓଡିଶାସୁପୁଲୁର ଗ୍ରାମ ରାସ୍ତା ନିର୍ମାଣ ରେ ଦୁର୍ନୀତି ଗନ୍ଧ

ସୁପୁଲୁର ଗ୍ରାମ ରାସ୍ତା ନିର୍ମାଣ ରେ ଦୁର୍ନୀତି ଗନ୍ଧ

ମୟୂରଭଞ୍ଜ : ଦୁର୍ଗମ ଅଞ୍ଚଳରେ ଗମନାଗମନ ର ସୁବ୍ୟବସ୍ଥା ପାଇଁ ସରକାରଙ୍କ ରାଜକୋଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ତେବେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଓ ଠିକାଦାର ଙ୍କ ଦୁର୍ନୀତି ଲାଗି ଏହି ଟଙ୍କା ର ସଠିକ ବ୍ୟବହାର ହୋଇପାରୁନାହିଁ । ଯାହାଫଳରେ ଦୁର୍ଗମ ଅଞ୍ଚଳ ଗୁଡିକରେ ରାସ୍ତା ନିର୍ମାଣ କାମ ଗୁଡିକରେ ବ୍ୟାପକ ଦୁର୍ନୀତି ହେଉଥିବା ଚର୍ଚ୍ଚା ହୋଇଥାଏ । ଏଭଳି ଏକ ରାସ୍ତା ନିର୍ମାଣ କାମରେ ଦୁର୍ନୀତି ଅଭିଯୋଗ ଆସିଛି ପଡିଆ ବ୍ଲକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ସୁପୁଲୁର ଗ୍ରାମରୁ । ଏହି ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ଏକ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହାତ ତିଆରି ମେଟାଲ ଓ ସିମେଣ୍ଟ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ବେଳେ ନିର୍ମାଣ କାମ ରେ ପୁରା ଅବହେଳା ପରିଲକ୍ଷିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

କାମ ଆରମ୍ଭ ରୁ ଏଠାକୁ ବିଭାଗୀୟ ଯନ୍ତ୍ରି ଆସି ନଥିବାରୁ ଠିକାଦାର ଜଣଙ୍କ ଏହାର ସୁଯୋଗ ନେଇ ଏଭଳି ନିମ୍ନ ମାନର କାମ କରୁଅଛି ନତୁବା ଏହା ସମ୍ପୃକ୍ତ ଠିକାଦାର ଓ ବିଭାଗର ମଧୁଚନ୍ଦ୍ରିକା ର ନଗ୍ନ ନମୁନା ବୋଲି ଦୃଢୋକ୍ତି ର ସହ ଗ୍ରାମବାସୀ କହିଛନ୍ତି । ଏଭଳି ରାସ୍ତା ନିର୍ମାଣ ବେଳେ ରାସ୍ତାର କିଛି ଅଂଶ ଖୋଲାଯାଇ ସେଥିରେ ବାଲି ପଡିଥାଏ ଓ ତାପରେ ସିମେଣ୍ଟ କଂକ୍ରିଟ କରାଯିବା କଥା ହେଲେ ଏହି କାମରେ ସେଭଳି କିଛି କରାଯାଉନଥିବା ଅଞ୍ଚଳର କିଛି ବ୍ୟକ୍ତି କହିଛନ୍ତି ।

ଏପରି ସ୍ଥଳେ ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟର ମାନ କୁ ନେଇ ଅଭିଯୋଗ ସ୍ରୁଷ୍ଟି ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୁପୁଲୁର ଗ୍ରାମ ପଡିଆ ବ୍ଲକ ର ଏକ ଦୁର୍ଗମ ଅଞ୍ଚଳ ଭାବେ ପରିଗଣିତ ହେଉଥିବା ବେଳେ ଗତ ୨୦୧୮ ମସିହାରେ ଏହି ଗ୍ରାମକୁ ଏକ କେନ୍ଦ୍ରୀୟ ଦଳ ଆସି ବିକାଶ କାର୍ଯ୍ୟ ପରଖିବା ସହ ଏହି ଗ୍ରାମକୁ ସାଂସଦ ଆଦର୍ଶ ଗ୍ରାମ ରୂପେ ବିବେଚନା କରିବାକୁ ଦାବୀ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking