31.1 C
Bhubaneswar
Friday, March 29, 2024
Homeଅପରାଧସମ୍ପତ୍ତି ଅନ୍ଧ କରିଦେଲା ସମ୍ପର୍କ,ପରିଣତି ହେଲା ଭୟଙ୍କର, କଣ ହେଲା ଜାଣନ୍ତୁ

ସମ୍ପତ୍ତି ଅନ୍ଧ କରିଦେଲା ସମ୍ପର୍କ,ପରିଣତି ହେଲା ଭୟଙ୍କର, କଣ ହେଲା ଜାଣନ୍ତୁ

 
ନୂଆଦିଲ୍ଲୀ : ସମ୍ପତ୍ତି ଅନ୍ଧ କରିଦେଲା ସମ୍ପର୍କ | ଭାଇକୁ ମାରିଲା ଭାଇ | ସୋମବାର ଦିନ ଦିଲ୍ଲୀର ସିଭିଲ୍ ଲାଇନସ ଅଂଚଳରେ ସମ୍ପତ୍ତି ବିବାଦକୁ ନେଇ ଦୁଇ ଭାଇ ପରସ୍ପରକୁ ହତ୍ୟା କରିଥିବା ପୋଲିସ କହିଛି। ମୃତ ଦୁଇ ଭାଇ ହେଉଛନ୍ତି ରାହୁଲ ନାଗର (35) ଏବଂ ତନୁଜ ନାଗର (24) | ସେମାନେ ପିତାମାତା ଏବଂ ଅନ୍ୟ ଦୁଇ ଭାଇଭଉଣୀଙ୍କ ସହ ଟିସ ହଜାରୀ କୋର୍ଟ ନିକଟରେ ରହୁଥିଲେ ବୋଲି ପୁଲିସ କହିଛି । ଉଭୟଙ୍କ ମଧ୍ୟରେ ପାରିବାରିକ ସମ୍ପତ୍ତିକୁ ନେଇ ଝଗଡା ହୋଇଥିଲା | ଝଗଡ଼ାକୁନେଇ ତୁମୁଳ କାଣ୍ଡ ସୃଷ୍ଟି ହୋଇଥିଲା | ଶେଷରେ ପରିସ୍ଥିତି ଏପରି ହୋଇଥିଲା ଯେ ପରସ୍ପରକୁ ଗୁଳିକରିବାକୁ ପଛାଇ ନ ଥିଲେ |
ସାନଭାଇ ତନୁଜ ବେକାର ଥିବାବେଳେ ବଡ଼ ଭାଇ ରାହୁଲ ନଗର କୋର୍ଟରେ କାର୍ଯ୍ୟ କରିଥିଲେ ବୋଲି ପୋଲିସ କହିଛି। ରାତିରେ ଏହି ଘଟଣା ଘଟିଛି। ତେବେ ଏଥିରେ କହି ପ୍ରତ୍ୟକ୍ଷଦର୍ଶୀ ନାହାଁନ୍ତି ବୋଲି ପୁଲିସ କହିଛି ।
ଜଣେ ପୁଲିସ ଅଧିକାରୀ କହିଛନ୍ତି “ଆମେ ସନ୍ଦେହ କରୁଛୁ ଯେ ପ୍ରଥମେ ତନୁଜ ତାଙ୍କ ବଡ ଭାଇ ରାହୁଲଙ୍କ ଉପରକୁ ଗୁଳି ଚଳାଇଥିଲେ | ଏହା ପରେ ବଡ଼ ଭାଇ ରାହୁଲ ମଧ୍ୟ ଛାଡିନଥିଲେ । ସେ ତାନଳକୁ ଧରିବାରୁ ଉଭୟଙ୍କ ମଧ୍ୟରେ ଗଡ଼ାପଡ଼ା ହୋଇଥିଲା ଏବଂ ଏଥିରେ ରାହୁଲଙ୍କ ଛାତିରେ ହଠାତ୍ ଗୁଳି ବାଜିଥିଲା।
ଡେପୁଟି କମିଶନର (ଉତ୍ତର) ମୋନିକା ଭରଦ୍ୱାଜ କହିଛନ୍ତି, “ରାହୁଲ ଖସିଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ରାସ୍ତାରେ ପଡିଯାଇଥିଲେ, ତନୁଜ ତାଙ୍କ ପଛେ ପଛେ ଗୋଡାଉ ଥିବାରୁ ସଂଗେ ସଂଗେ ଗୁଳି ଚଳାଇଥିଲେ। କିଛି ସମୟ ପରେ ତନୁଜ ମଧ୍ୟ ଗୁଳିରେ ଆହତ ହୋଇ ତଳେ ପଡିଯାଇଥିଲେ।”
ସେ କହିଛନ୍ତି ଯେ ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ଦୁଇ ଭାଇଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସ ସନ୍ଦେହ କରୁଛି ଯେ ଭାଇମାନେ ସମ୍ପତ୍ତି ବିବାଦକୁ ନେଇ ଯୁଦ୍ଧ କରିଥିଲେ | କିନ୍ତୁ ମୃତ୍ୟୁର ଅନ୍ୟ କୌଣସି କାରଣ ଅଛିକି ନାହିଁ ତାର ସଠିକ କାରଣ ଜାଣିବା ପାଇଁ ପୁଲିସ ଅନୁଧ୍ୟାନ କରୁଛି । ତନୁଜଙ୍କର ବନ୍ଧୁକ ଜବତ କରାଯାଇଛି ବୋଲି ପୋଲିସ କହିଛି।
ସୋମବାର ଦିନ ପୋଷ୍ଟମର୍ଟମ ପରେ ଦୁଇ ଭାଇଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ପୁଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking