27.1 C
Bhubaneswar
Thursday, April 25, 2024
Homeଓଡିଶାରୋଷେଇ କରୁଥିବା ବେଳେ ଅଗ୍ନିକାଣ୍ଡ

ରୋଷେଇ କରୁଥିବା ବେଳେ ଅଗ୍ନିକାଣ୍ଡ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ହାତୀବନ୍ଧା ଗ୍ରାମରେ ଅଗ୍ନିକାଣ୍ଡ । ବଳରାମ ବାସ୍କେଙ୍କ ଘରେ ଖରାବେଳ ପାଇଁ ରୋଷେଇ କରୁଥିବା ବେଳେ ଚୁଲିରୁ ନିଆଁ ଉଡି ଘଟିଛି ଅଗ୍ନିକାଣ୍ଡ । ତେବେ ନିଆଁ ଲାଗିଥିବାର ଜାଣି ଆୟତ୍ତ କରିବାକୁ ପରିବାର ପକ୍ଷରୁ ଉଦ୍ୟମ କରିଥିଲେ ମଧ୍ୟ ସେତେବେଳକୁ ଅଣାୟତ୍ତ ରୂପ ନେଇଥିଲା ନିଆଁ । ଅନ୍ୟପଟେ ଅଗ୍ନିକାଣ୍ଡ ସମ୍ପର୍କରେ ଦମକଳ ବାହିନୀକୁ ଖବର ଦେଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡରେ ତାଙ୍କର ଧାନ, ଚାଉଳ, ଜମିଜମା କାଗଜପତ୍ର, ନଗଦଟଙ୍କା, ଲୁଗାପଟା ପୋଡି ନଷ୍ଟ ହୋଇଯାଇଛି । ଦମକଳ ବାହିନୀ ପହଞ୍ଚିବା ବେଳକୁ ସବୁକିଛି ଛାରଖାର ହୋଇଯାଇଥିଲା । ବଳରାମଙ୍କ ପରିବାର ନିକଟରେ ନିଜର ପିନ୍ଧାଲୁଗା ଛଡା ସର୍ବସ୍ବ ପୋଡି ନଷ୍ଟ ହୋଇ ଯାଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହେଉଛି ।
https://onakhabar.com/2020/03/18/elephant-injured/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking