29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗ୨୯ ତାରିଖରୁ ଖୋଲିବ ଯାଜପୁରର ମା ବିରଜାଙ୍କ ମନ୍ଦିର

୨୯ ତାରିଖରୁ ଖୋଲିବ ଯାଜପୁରର ମା ବିରଜାଙ୍କ ମନ୍ଦିର

ଯାଜପୁର:  କୋରୋନା କଟକଣା ମଧ୍ୟରେ ଆସନ୍ତା ୨୯ ତାରିଖରୁ ଖୋଲିବ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର । ଆଜି ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ଦିର ଖୋଲିବା ନେଇ ସ୍ୱତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ ହୋଇଛି । ମନ୍ଦିର ର ସିଂହଦ୍ୱାର ପଟୁ ଉଭୟ ପୁରୁଷ ଓ ମହିଳା ଭକ୍ତ ଅଲଗା ଅଲଗା ଲାଇନ ରେ ପ୍ରବେଶ କରିବେ। ମାଙ୍କୁ ଦର୍ଶନ କରିବା ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ମନ୍ଦିର ପରିସରରେ କେବଳ ପିଣ୍ଡ ଦାନ କରାଯାଇ ପାରିବ କିନ୍ତୁ କୌଣସି ବିବାହ କାର୍ଯ୍ୟ ହୋଇପାରିବ ନାହିଁ। ବିରଜା ମନ୍ଦିର ଖୋଲିବା ପରେ ପରିସ୍ଥିତିକୁ ଦେଖି ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking