27.1 C
Bhubaneswar
Tuesday, May 7, 2024
Homeଓଡିଶାନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ଦକ୍ଷିଣ ରାଉରକେଲା ସାରନଗରୀ ସ୍ଥିତ ଟାଙ୍ଗରପାଲୀ ଅଂଚଳରେ ଜଣେ ବୃଦ୍ଧଙ୍କ ମୃତ ଦେହ ଏକ ପୋଲ ନିକଟ ପାଚେରୀ କଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇବା ପରେ ଏହି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ବୃଦ୍ଧଙ୍କ ମୃତ ଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ମୃତ ବୃଦ୍ଧ ଜଣଙ୍କ ହେଲେ ସୁନୀଲ ଦାସ (୫୮) । ସେ ଟାଙ୍ଗରପାଲୀ ଥାନା ଅନ୍ତର୍ଗତ ବ୍ରିଟାନିଆ କଲୋନୀ ନିକଟ ମୁଣ୍ଡା ବସ୍ତିରେ ରହି ଆସୁଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।
ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଦକ୍ଷିଣ ରାଉରକେଲା ଆଇଡ଼ିଏଲ୍ ଛକରେ ବ୍ରିଟାନିଆ କଲୋନୀ ମୁଣ୍ଡା ବସ୍ତିରେ ରହୁଥିବା ସୁନୀଲ ଜୋତା, ଚପଲ ମରାମତି କରି ନିଜ ଗୁଜୁରାଣ ମେଂଟାଉଥିଲେ । ଗତ କିଛି ଦିନ ପୂର୍ବେ ସେ ଘରୁ ନିଖୋଜ ହୋଇ ଯାଇଥିଲେ ବୋଲି ପରିବାରବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି । ଏନେଇ ପରିବାରଙ୍କ ପକ୍ଷରୁ ସେତେବେଳେ ଟାଙ୍ଗରପାଲୀ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା । ଆଜି ସକାଳେ ସୁନୀଲଙ୍କ ମୃତ ଦେହ ଟାଙ୍ଗରପାଲୀ ନିକଟ ପାଚେରୀ କଡ଼ରୁ ଟାଙ୍ଗରପାଲୀ ପୁଲିସ ଉଦ୍ଧାର କରିଥିଲା । ବୃଦ୍ଧ ଜଣଙ୍କ ସେହି ପୋଲ ନିକଟକୁ କେଉଁ ଉଦ୍ଦ୍ୟେଶ ନେଇ ଆସିଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ କିପରି ହେଲା ତାହାର ଖୋଳତାଡ଼ କରୁଛି ପୁଲିସ । ବୃଦ୍ଧ ଜଣଙ୍କ ହୁଏତ ପାଚେରୀ କଡ଼ର ଖୋଲା ଜାଗାରେ ପ୍ରବଳ ଥଣ୍ଡା ସହ୍ୟ କରିନପାରି ମୃତ୍ୟୁବରଣ କରି ଥାଇପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଟାଙ୍ଗରପାଲୀ ପୁଲିସ ବୃଦ୍ଧଙ୍କ ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ପୋଲ ନିକଟ ପାଚେରୀ କଡ଼ରୁ ବୃଦ୍ଧଙ୍କ ମୃତ ଦେହ ମିଳିବା ପରେ ସେଠାରେ ସ୍ଥାନୀୟ ଜନସାଧାରଣ ଓ ଦୋକାନୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଘଟଣା ସାରନଗରୀ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking