26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଆଫଗାନ୍ ସୀମାରେ ମାନବ ବୋମା ମୁତୟନ କରିବ ତାଲିବାନ

ଆଫଗାନ୍ ସୀମାରେ ମାନବ ବୋମା ମୁତୟନ କରିବ ତାଲିବାନ

କାବୁଲ: ଆଫଗାନିସ୍ତାନ ଶାସନ କ୍ଷମତାରେ ଥିବା ତାଲିବାନ ମାନବ ବୋମାଙ୍କୁ ନେଇ ଏକ ଭୟଙ୍କର ବାଟାଲିଅନ୍ ଗଠନ କରିଛି । ଏହି ବାଟାଲିନ୍‌କୁ ଦେଶର ସୀମାନ୍ତ ବିଶେଷ କରି ବଡାଖ୍‌ସ୍ତାନର ସୀମାରେ ମୁତୟନ କରିବ ବୋଲି ଏକ ରିପୋର୍ଟରୁ ଜଣାଯାଇଛି । ବଡାଖ୍‌ସ୍ତାନର ଡେପୁଟି ଗର୍ଭର୍ଣ୍ଣର୍ ମୁଲ୍ଲା ନିସାର୍ ଅହମଦ ଅହମଦୀ ଏହି ମାନବ ବୋମା ବାଟାଲିଅନ୍ ଗଠନ ସମ୍ପର୍କରେ ମିଡିଆକୁ ସୂଚନା ଦେଇଛନ୍ତି । ଏହି ବାଟାଲିଅନ୍‌କୁ ଦେଶର ଉତ୍ତର-ପୂର୍ବାଞ୍ଚଳ ପ୍ରଦେଶ ବଡାଖ୍‌ସ୍ତାନକୁ ଲାଗିଥିବା ତାଜିକ୍‌ସ୍ତାନ ଓ ଚୀନ୍‌ର ସୀମାରେ ମୁତୟନ କରାଯିବ ବୋଲି କହିଥିବା ଖାମା ପ୍ରେସ୍ ରିପୋର୍ଟରେ କୁହାଯାଇଛି ।

ଏହି ବାଟାଲିଅନ୍ ନାମ ଲଶ୍କର-ଇ-ମନ୍‌ସୁରୀ ରଖାଯାଇଛି ବୋଲି ଅହମଦୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ବାଟାଲିଅନ୍ ପୂର୍ବତନ ଆଫଗାନ୍ ସରକାରର ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରି ଆତ୍ମଘାତୀ ଆକ୍ରମଣ କରୁଥିଲା । ‘ଏହି ବାଟାଲିନ୍ ନଥିଲେ ଆମେରିକାକୁ ହରାଇବା ସମ୍ଭବ ହୋଇନଥାନ୍ତା । ଏହି ସାହସୀ ଯୋଦ୍ଧାମାନେ ବିସ୍ଫୋରକ ଭର୍ତ୍ତି ଜ୍ୟାକେଟ୍ ବ୍ୟବହାର କରି ଆଫଗାନିସ୍ତାନରେ ଥିବା ଆମେରିକା ବେସ୍ ଉପରେ ଆତ୍ମଘାତ ଆକ୍ରମଣ କରୁଥିଲେ । ଏମାନଙ୍କର ଜୀବନ ପ୍ରତି ଭୟ ନଥିବା ବେଳେ ଆଲ୍ଲାଙ୍କ ପାଇଁ ନିଜକୁ ଉତ୍ସର୍ଗ କରିବା ପାଇଁ ସର୍ବଦା ପ୍ରସ୍ତୁତ’ ବୋଲି ସେ କହିଥିବା ଖାମା ପ୍ରେସ୍ ରିପୋର୍ଟରେ ପ୍ରକାଶ ପାଇଛି । ଖାମା ପ୍ରେସ୍ ଅନୁସାରେ ଲଶ୍ମର-ଇ-ମନସୁରୀ ବ୍ୟତୀତ ଦେଶର ଅନ୍ୟତମ ଆଧୁନିକ ବାଟାଲିଅନ୍ ହେଉଛି ବଦ୍ରୀ ୩୧୩ । ମାନବ ବୋମା ସହିତ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ବାଟାଲିଅନ୍ କାବୁଲ୍ ଅନ୍ତର୍ଜାତୀୟ ବିମାନ ବନ୍ଦର ସୁରକ୍ଷା ଦାୟିତ୍ୱରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking