31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶୟୁପିରେ ୧୦୪ ସ୍ୱେରେଜ୍ ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ ସ୍ଥାପିତ

ୟୁପିରେ ୧୦୪ ସ୍ୱେରେଜ୍ ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ ସ୍ଥାପିତ

ଲକ୍ଷ୍ନୌ: ଗଙ୍ଗା ସମେତ ରାଜ୍ୟରେ ଥିବା ବଡ଼ ବଡ଼ ନଦୀକୁ ସଫା ରଖିବା ପାଇଁ ଉତ୍ତର ପ୍ରଦେଶ ସରକାର ପ୍ରତ୍ୟହ ୩୨୯୮.୮୪ ନିୟୁତ ଲିଟର କ୍ଷମତା ସମ୍ପନ୍ନ ୧୦୪ଟି ସ୍ୱେରେଜ୍ ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ ରାଜ୍ୟରେ ସ୍ଥାପନ କରିଛନ୍ତି । ଏହି ପ୍ଲାଣ୍ଟ ସ୍ଥାପନ ଫଳରେ ଗଙ୍ଗା, ଗୋମତି, ସରଯୁ, ଯମୁନା ଏବଂ ରାପ୍ତି ନଦୀର ଜଳ ଗୁଣବତ୍ତାରେ ଆଖିଦୃଶିଆ ଉନ୍ନତି ଘଟିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାର କହିଛନ୍ତି, ନଦୀଗୁଡ଼ିକରେ ମିଶିଥିବା ଡ୍ରେନ୍‌ଗୁଡ଼ିକୁ ମରାମତି କରାଯାଇଛି । ଡ୍ରେନ୍ ଦ୍ୱାରା ନଦୀରେ ମିଶୁଥିବା ଆବର୍ଜନାର ପରିମାଣରେ ହ୍ରାସ ଯୋଗୁଁ ଜଳୀୟ ଜୀବଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି । ନଦୀରେ ଥିବା ବାଲି ଉଠାଯିବା ପରେ ନଦୀଶଯ୍ୟ ସଫା କରିବା ସମ୍ଭବ ହେବ । ଫଳରେ ପ୍ରଦୂଷିତ ଜଳ ଯୋଗୁଁ ହେଉଥିବା ରୋଗକୁ ଭଲ ଭାବେ ନିୟନ୍ତ୍ରିତ କରିହେବ । ନଦୀ ସଫା ସହ ନଦୀରେ ମିଶୁଥିବା ସ୍ୱେରେଜ୍‌କୁ ରୋକାଯିବା ପରେ ସହରଗୁଡ଼ିକରେ ଏବେ ଘରୋଇ ସ୍ୱେରେଜ୍ ସଂଯୋଗ ପ୍ରଦାନ ପାଇଁ ଉଦ୍ୟମ କରାଯାଇଛି । ଏହା ରାସ୍ତା ଉପରେ ମଇଳା ଜଳ ପ୍ରବାହକୁ ରୋକିବାରେ ସକ୍ଷମ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking