32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆଇଏଏସ୍‌, ଆଇପିଏସଙ୍କ ବ୍ୟବହାର ଅସହ୍ୟ ହେଉଛି : ସୁପ୍ରିମକୋର୍ଟ

ଆଇଏଏସ୍‌, ଆଇପିଏସଙ୍କ ବ୍ୟବହାର ଅସହ୍ୟ ହେଉଛି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କ ବ୍ୟବହାର ଦିନକୁ ଦିନ ଅସହ୍ୟ ହୋଇପଡୁଛି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନା କହିଛନ୍ତି । ଶୁକ୍ରବାର ଛତିଶଗଡର ବରିଷ୍ଠ ଆଇପିଏସ୍ ଅଫିସର ଗୁରଜିନ୍ଦର ପାଲ ସିଂହଙ୍କ ମାମଲାର ଶୁଣାଣି କରି ଜଷ୍ଟିସ ରମନା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ଏଭଳି ଅଫିସରଙ୍କ ମନମୁଖି ବ୍ୟବହାର ଉପରେ ନଜର ରଖିବାକୁ ଅତୀତରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟାଣ୍ଡିଂ କମିଟି ଗଠନ କରିବାକୁ ମନସ୍ଥ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଏହାକୁ ବାତିଲ କରିଥିବା ସେ କହିଛନ୍ତି ।

ଗୁରଜିନ୍ଦରଙ୍କ ବିରୋଧରେ ଛତିଶଗଡ ସରକାର ବିଭିନ୍ନ ମାମଲା ରୁଜୁ କରିବା ସହ ତାଙ୍କୁ ନିଲମ୍ବିତ କରିସାରିଛନ୍ତି । ଏଗୁଡିକ ମଧ୍ୟରେ ବେଆଇନ ସମ୍ପତ୍ତି ଠୁଳ ମାମଲା, ବଟି ଆଦାୟ ଓ ଦେଶଦ୍ରୋହ ମାମଲା ଅନ୍ତର୍ଭୁକ୍ତ । ସରକାରୀ ଆକ୍ରୋଶରୁ ବର୍ତ୍ତିବା ଏବଂ ଗିରଫଦାରୀ ଏଡାଇବାକୁ ଗୁରଜିନ୍ଦର ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୁପ୍ରିମକୋର୍ଟରେ ଗୁରଜିନ୍ଦରଙ୍କୁ ଦୁଇଟି ମାମଲାରେ ଆଶ୍ୱସ୍ତି ମିଳିଛି । ଆଗାମୀ ୮ ସପ୍ତାହ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ତୃତୀୟ ମାମଲାରେ ସୁପ୍ରିମକୋର୍ଟ କୌଣସି ରାୟ ଦେଇନାହାନ୍ତି । ଏହି ମାମଲା ବର୍ତ୍ତମାନ ହାଇକୋର୍ଟଙ୍କ ବିଚାରାଧୀନ ଥିବାରୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking