26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଇଣ୍ଟରନେଟ୍ ସେବା ବନ୍ଦ କଲା ତାଲିବାନ

ଇଣ୍ଟରନେଟ୍ ସେବା ବନ୍ଦ କଲା ତାଲିବାନ

କାବୁଲ : ପଞ୍ଜଶୀର ଉପତ୍ୟକାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛି ତାଲିବାନ। ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟ୍ୱିଟରରେ ପୋଷ୍ଟ ସେୟାର କରିବାକୁ ରୋକିବାକୁ ଯାଇ ତାଲିବାନ ଏପରି କରିଥିବା ଜଣାପଡିଛି । ପଞ୍ଜଶୀର ହେଉଛି ଏକମାତ୍ର ଆଫଗାନିସ୍ତାନ ପ୍ରଦେଶ ଯାହା ଏପର୍ଯ୍ୟନ୍ତ ତାଲିବାନ ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ସେଠାରେ ନିଜର ଶାସନକୁ ବଢାଇବା ପାଇଁ କରୁଥିବା ଷଡଯନ୍ତ୍ରରେ ତାଲିବାନୀ ମାନେ ଏପରି କରୁଛନ୍ତି । ପଞ୍ଜଶୀର ଅନେକ ତାଲିବାନ ବିରୋଧୀ ଏକାଠି ହୋଇଛନ୍ତି । ଆଫଗାନିସ୍ତାନ ବିଦ୍ରୋହୀ କମାଣ୍ଡର ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ବର୍ତ୍ତମାନ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ସହ ପଞ୍ଜଶୀର ଉପତ୍ୟକାରେ ଅଛନ୍ତି ।

ସେପଟେ, କିଛି ଦିନ ତଳେ ଅହମ୍ମଦ ମାସୁଦଙ୍କ ମୁଖପାତ୍ର କହିଥିଲେ ଯେ, ତାଲିବାନ ସହିତ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ଦେଶରେ ଶାନ୍ତି ବଜାୟ ରକ୍ଷା ପାଇଁ କେବଳ ଆଲୋଚନା ଜାରି ରହିଛି। ତାଲିବାନ୍ ବିରୋଧୀ ଅନେକ ଲୋକ ଏହି ପଞ୍ଜଶିରରେ ଏକାଠି ହୋଇଛନ୍ତି | ଆଫଗାନିସ୍ତାନର କମାଣ୍ଡର ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ଏବଂ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଥିବା ଅମରୁଲ୍ଲା ସାଲେହ ମଧ୍ୟ ପଞ୍ଜଶୀର ଉପତ୍ୟକାରେ ଉପସ୍ଥିତ ରହି ସେଠାରୁ ତାଲିବାନକୁ ଚ୍ୟାଲେଞ୍ଜ କରୁଛନ୍ତି।

ଆଫଗାନିସ୍ତାନରେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଆଗକୁ ଆହୁରି ହେବ ଡ୍ରୋନ୍ ଆକ୍ରମଣ। ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି। କାବୁଲ ସିରିଜ ବିସ୍ଫୋରଣର ପରେ ଆମେରିକା ଡ୍ରୋନ୍ ଆକ୍ରମଣ କରିଥିଲା। ଏଥିରେ ଆକ୍ରମଣର ମାଷ୍ଟରମାଇଣ୍ଡ ଓ ଜଣେ ସହଯୋଗୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କୀ ଆହତ ହୋଇଥିବା ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking