43.9 C
Bhubaneswar
Friday, April 19, 2024
Homeଅପରାଧସାଙ୍ଗ ସହ ବିଶ୍ୱାସଘାତ କଲା ସାଙ୍ଗ

ସାଙ୍ଗ ସହ ବିଶ୍ୱାସଘାତ କଲା ସାଙ୍ଗ

ରାଞ୍ଚି: ମାତ୍ର ୧୩ ବର୍ଷିୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୭ ଜଣ ଯୌନ ରାକ୍ଷସ । ଏପରି ଅମାନବୀୟ କାଣ୍ଡ ଘଟିଛି ଝାଡ଼ଖଣ୍ଡ ରାଞ୍ଚିରେ। ସାଙ୍ଗ ସହ ବିଶ୍ୱାସଘାତ କଲା ସାଙ୍ଗ। ବୁଲିବାକୁ ଯିବା ବୋଲି କହି ନିଜେ ଓ ଅନ୍ୟ ୬ ଜଣ ମିଶି ଏପରି ଅମାନବୀୟ କାଣ୍ଡ ଘଟାଇଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ପୋଲିସ ପାଇନି । ସୂଚନା ଅନୁଯାୟୀ, ୧୩ ବର୍ଷିୟା ନାବାଳିକା ଜଣକ ଗାଁର ଜଣେ ପୁରୁଷଙ୍କ ସହ ବନ୍ଧୁତା କରିଥିଲେ ।ସେମାନେ ଦୁହେଁ ବୁଲିବାକୁ ଯିବାକୁ ଯୋଜନା କରିଥିଲେ । ଆଉ ଏହି ଅନୁସାରେ ନାବାଳିକା ଜଣକ ପୁଅ ସାଙ୍ଗ ସହ ବୁଲିବାକୁ ଯାଇଥିଲେ । କିନ୍ତୁ ଏକ ନିର୍ଜନ ସ୍ଥାନରେ ପହଞ୍ଚିବା ପରେ ପୁଅ ବନ୍ଧୁଙ୍କ ସହ ଆଉ ୬ ଜଣ ପିଲାଙ୍କୁ ଦେଖି ନାବାଳିକାଙ୍କ ମନରେ ସନ୍ଦେହ ଆସିଥିଲା । ଆଉ ସେହି ସମୟରେ ପୁରୁଷ ବନ୍ଧୁଙ୍କୁ ନାବାଳିକା ଜଣକ ଘରକୁ ଫେରିଯିବାକୁ କହିଥିଲେ । ହେଲେ ପୁଅ ସାଙ୍ଗ ଜଣକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଆଉ ଏଥିରେ ରାଜି ନହେବାକୁ ଜଣକ ପରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking