29.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ ଆସନ୍ତା ୩ ଦିନ ଶୁଖିଲା ପାଗ, ୨୭ରୁ ପୁଣି ଘୂର୍ଣ୍ଣିବଳୟ ବର୍ଷା

ରାଜ୍ୟରେ ଆସନ୍ତା ୩ ଦିନ ଶୁଖିଲା ପାଗ, ୨୭ରୁ ପୁଣି ଘୂର୍ଣ୍ଣିବଳୟ ବର୍ଷା

ଭୁବନେଶ୍ୱର: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଶୁଖିଲା ପାଗ ପାଇଁ କିଛି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବା ସହ ଗୁଳୁଗୁଳି ଅନୁଭୁତ ହେବ । ଆଜି, ଆସନ୍ତାକାଲି ଏବଂ ୨୬ ତାରିଖରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ । ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ଅଧିକ ରହିବା ସହ ଆର୍ଦ୍ରତା ୬୦ ରୁ ୭୦ ପ୍ରତିଶତ ରହିବ । ମାତ୍ର ୨୭ ତାରିଖରୁ ରାଜ୍ୟରେ ପୁଣି ବର୍ଷାର ପ୍ରକୋପ ବୃଦ୍ଧି ହେବ। ୨୬ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ଜଣାପଡ଼ିଛି।

୨୭ରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଗଞ୍ଜାମ, ଗଜପତି, ପୁରୀ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ବିଭାଗ ଆକଳନ କରିଛି। ଅନ୍ୟପଟେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ କିଛି ଜିଲ୍ଲାରେ ବର୍ଷା ହେଉଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସମୁଦ୍ର ପତ୍ତନଠାରୁ ୧.୫ ରୁ ୪.୫ କିମି ଉଚ୍ଚତା ମଧ୍ୟରେ ଏକ ନିମ୍ନଚାପ ରେଖା ରହିଛି। ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରୁ ବାହାରି ଉତ୍ତର-ଓଡ଼ିଶା, ଉତ୍ତର-ଛତିଶଗଡ଼ ଏବଂ ପୂର୍ବ-ମଧ୍ୟପ୍ରଦେଶ ଦେଇ ଉତ୍ତରପଶ୍ଚିମ-ମଧ୍ୟପ୍ରଦେଶ ଯାଏଁ ଲମ୍ୱିଛି। ଏହା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ମେଘୁଆ ପାଗ ଲାଗିରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି।

ଶନିବାରଠାରୁ ଏହି ପାଗରେ ପରିବର୍ତ୍ତନ ଆସିବା ସହିତ ୨୬ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ। ଏହାପରେ ପୁଣି ପାଗ ବଦଳିବ ବୋଲି ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ଭଦ୍ରକରେ ୫୭ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୩୬, ପାରଳାଖେମୁଣ୍ଡିରେ ୨୨ ଓ ଗୋପାଳପୁରରେ ୧୪ ମିମି ବର୍ଷା ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking