26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଦବଙ୍ଗ ଷ୍ଟାଇଲରେ ବନ୍ଧୁକ ଧରି ଭିଡିଓ ପୋଷ୍ଟ କଲେ ତୃଣମୂଳ ନେତାଙ୍କ ପୁଅ

ଦବଙ୍ଗ ଷ୍ଟାଇଲରେ ବନ୍ଧୁକ ଧରି ଭିଡିଓ ପୋଷ୍ଟ କଲେ ତୃଣମୂଳ ନେତାଙ୍କ ପୁଅ

କୋଲକାତା: ମଝି ରାସ୍ତାରେ ଦବଙ୍ଗ ଷ୍ଟାଇଲରେ ବନ୍ଧୁକ ଧରି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଅଡ଼ୁଆରେ ପଡ଼ିଛନ୍ତି ନଦିଆର ଜଣେ ପଞ୍ଚାୟତ ମୁଖ୍ୟଙ୍କ ପୁଅ । କିନ୍ତୁ ଏହି ବନ୍ଧୁକଟି ନକଲି ବୋଲି ସେ ଦାବି କରୁଥିଲେ ମଧ୍ୟ ଏବେ ବି ତାହା କୌଣସି ନିଶ୍ଚିତ ତଥ୍ୟ ମିଳିନାହିଁ ।

ସୂଚନା ଅନୁସାରେ, ନଦିଆର ଦେବଗ୍ରାମ ପଞ୍ଚାୟତ ମୁଖ୍ୟ ମହିରୁଦ୍ଦିନ ଶେଖର ପୁଅ ସାହିଦୁଲ ପଲାସି କଲେଜର ଛାତ୍ର । ଅନ୍ୟମାନଙ୍କ ପରି ସୋସିଆଲ ମିଡିଆରେ ଫଟୋ, ଭିଡିଓ ପୋଷ୍ଟ କରିବା ତାଙ୍କର ନିଶା । କିଛିଦିନ ତଳେ ଜାତୀୟ ସଡ଼କ ଉପରେ ଗାଡ଼ି ସମ୍ମୁଖରେ ଠିଆ ହୋଇ ଏକ ଭିଡିସ ସୁଟିଂ କରିଥିଲା ସାହିଦୁଲ । କଳା ପୋଷାକ ପିନ୍ଧି ହାତରେ ବନ୍ଧୁକ ଧରି ନାନା କରାମତି ଦେଖାଉଥିଲା । ତା ସହିତ କେତେଜଣ ସାଥୀ ମଧ୍ୟ ଥିଲେ । ସେହି ଭିଡିଓ ସୋସିଆଲ ମିଡିଆରେ ସେ ପୋଷ୍ଟ କରିଥିଲା । ଏହା ପୁଲିସ ନଜରକୁ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା ।

ଏନେଇ ପଞ୍ଚାୟତ ମୁଖ୍ୟ ମହିରୁଦ୍ଦିନ୍‌ ଓ ପୁଅ ସାହିଦୁଲଙ୍କୁ ପୁଲିସ ତଲବ କରିଥିଲା । ଜେରା ବେଳେ ସେମାନେ କହିଥିଲେ ଯେ, ଭିଡିଓ ସୁଟିଂ ପାଇଁ ବ୍ୟବହୃତ ବନ୍ଧୁକଟି ଅସଲି ନୁହେଁ । ପଞ୍ଚାୟତ ମୁଖ୍ୟଙ୍କ ଅଭିଯୋଗ ଯେ ତୃଣମୂଳର ହୋଇଥିବାରୁ ବିଜେପି ଯୋଜନା କରି ସେମାନଙ୍କ ବିରୋଧରେ ପୁଲିସରରେ ଅଭିଯୋଗ କରିଛି । ଜାତୀୟ ରାଜପଥ ଉପରେ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି ଭିଡିଓଟି ଶୁଟିଂ କରାଯାଇଥିଲା । ସେଠାରେ ପୁଲିସ ମଧ୍ୟ ଥିଲା । ସେମାନେ ମଧ୍ୟ ଜାଣିଥିଲେ ଯେ ବନ୍ଧୁକଟି ନକଲି ବୋଲି, ସେଥିପାଇଁ କୌଣସି ପ୍ରଶ୍ନ କରିନଥିଲେ । ଏନେଇ ତୃଣମୂଳ ନେତା ପୁଅକୁ ତାଗିଦ କରିଥିବା କହିଛନ୍ତି।

ସାହିଦୁଲ କହିଛନ୍ତି, ଖେଳନା ବନ୍ଧୁକ ନେଇ ଭିଡିଓ କରିବାକୁ ଯାଇ ଏପରି ସମ୍ମାନହାନି ହେବ ବୋଲି ଭାବି ପାରି ନଥିଲି । ତେବେ ବିଜେପି କହିଛି, ଅସଲି ବନ୍ଧୁକକୁ ଏବେ ନକଲି କୁହାଯାଉଛି । କାରଣ ଶାସକ ଦଳକୁ ଚାରିଖୁନ୍‌ ମାଫ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking