34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକୃଷକ ହୋଇ ସାର ନେବାକୁ ଆସିଥିଲେ ଆଇଏଏସ୍ ଅଧିକାରୀ

କୃଷକ ହୋଇ ସାର ନେବାକୁ ଆସିଥିଲେ ଆଇଏଏସ୍ ଅଧିକାରୀ

ବିଜୟୱାଡ଼ା: ଚାଷୀଙ୍କ ସହ ହେଉଥିବା ଠକେଇକୁ ଆଉ ସହିପାରିଲେନି ଉପ-ଜିଲ୍ଲାପାଳ । ଭେଷ ବଦଳାଇ କୃଷକ ଭେଷରେ ସାର ଦୋକାନରେ ଯାଇ ପହଁଞ୍ଚିଥିଲେ ବିଜୟୱାଡ଼ାର ଉପ-ଜିଲ୍ଲାପାଳ ଜି ସୂର୍ଯ୍ୟା ପରବିନ୍ ଚନ୍ଦ । ସାର ଦୋକାନୀମାନେ କୃଷକଙ୍କୁ ଠକୁଥିବା ଖବର ପାଇ ଉପ-ଜିଲ୍ଲାପାଳ କାଇକାଲୁରୁ ଓ ମୁଡିନେପଲ୍ଲୀ ବ୍ଲକର ସାର ଦୋକାନକୁ ସାର କିଣିବାକୁ ଯାଇଥିଲେ ।

ବହୁ ଦୋକାନୀମାନେ Diammonium phosphate (DAP)  ଓ ୟୁରିଆ ଏମଆରପିକୁ ଅଧିକ ଦାମ୍‌ରେ ବିକ୍ରି କରୁଛନ୍ତି । ଏପରିକି ସେମାନେ ସାରର କୌଣସି ବିଲ୍ ମଧ୍ୟ ଦିଅନ୍ତି ନାହିଁ । ଦୋକାନୀମାନେ ବେଆଇନ୍ ଭାବରେ ସାର ଜମା କରି ରଖିଥିଲେ । ଅଞ୍ଚଳର ଜଣେ କୃଷକ ଠକେଇକୁ ନେଇ ଅଭିଯୋଗ କରିଥିଲେ । ଏହାପରେ ଆଇଏଏସ୍ ଅଧିକାରୀ ଜି ସୂର୍ଯ୍ୟା ପରବିନ୍ ଚନ୍ଦ ନିଜେ ଯାଞ୍ଚ କରିବା ପାଇଁ ଶୁକ୍ରବାର ଏହି ପଦକ୍ଷେପ ନେଇଥିଲେ । ସେ ଯେଉଁ ଦୁଇ ଦୋକାନୀଙ୍କୁ ଧରିଥିଲେ ତାଙ୍କର ଦୁଇଟି ଦୋକାନକୁ ସିଜ୍ କରିଦେଇଥିଲେ । ଯେଉଁ ୟୁରିୟା ୨୬୬ ଟଙ୍କା ୫୦ ପଇସା ଥିଲା ତାକୁ ଦୋକାନୀ ୨୮୦ ଟଙ୍କାରେ ବିକ୍ରି କରୁଥିଲେ । କେବଳ ସେତିକି ନୁହେଁ ସେ ଗ୍ରାହକଙ୍କ ଆଧାର କାର୍ଡର ଡିଟେଲ୍ସ ମଧ୍ୟ ନେଉନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking