28.1 C
Bhubaneswar
Saturday, April 27, 2024
Homeଓଡିଶାରାଣୀବନ୍ଧ ପୋଲ ନିକଟରେ ୩୦ହଜାର ଟଙ୍କା ଲୁଟି ନେଲେ ଲୁଟେରା

ରାଣୀବନ୍ଧ ପୋଲ ନିକଟରେ ୩୦ହଜାର ଟଙ୍କା ଲୁଟି ନେଲେ ଲୁଟେରା

ଯାଜପୁର. ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥର ଜେନାପୁର ରାଣୀ ବନ୍ଧ ପୋଲ ନିକଟରୁ ଲୁଟେରାମାନେ ବାଇକ ଯୋଗେ ଆସି ଜଣେ ମହିଳାଙ୍କ ଠାରୁ ୩୦ହଜାର ଟଙ୍କା ଲୁଟି ନେଇ ବ୍ରାହ୍ମଣୀ ପୋଲ ଆଡକୁ ପଳାଇ ଥିଲେ ଏ ସମ୍ପର୍କ ରେ ଜେନାପୁର ଥାନାରେ ମହିଳା ଜଣକ ଅଭିଯୋଗ କରିବା ରୁ ଜେନାପୁର ପୋଲିସ ତଦନ୍ତ କରୁଛି ଲୁଟେରାଙ୍କ ଟେରେ ପାଇ ନାହିଁ l ଘଟଣାରୁ ପ୍ରକାଶ ଯେ ଗତକାଲି ସହାଣିଡ଼ିହ ପଂଚାୟତର ରାମ ଚନ୍ଦ୍ରପୁର ଗ୍ରାମର ସଦାନନ୍ଦ ସ୍ୱାଇଁଙ୍କ ପତ୍ନୀ ସୋଲି ସ୍ୱାଇଁ ନିକଟସ୍ଥ ଚଢେଇଧାରା ସେଣ୍ଟ୍ରାଲ ବ୍ୟାଙ୍କ ରୁ ୩୦ହଜାର ଟଙ୍କା ଉଠାଇ ପୁତୁରା ସହ ବାଇକ ରେ ଘରକୁ ଫେରୁ ଥିବା ସମୟରେ ଲୁଟେରାମାନେ ୫୩ନଂ ଜାତୀୟ ରାଜ ପଥର ରାଣୀବନ୍ଧ ପୋଲ ନିକଟରୁ ମହିଳାଙ୍କ ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଆଖି ପିଛୁଳାକେ ବାଇକରେ ବ୍ରାହ୍ମଣୀ ବ୍ରିଜ ଆଡକୁ ପଳାଇ ଯାଇଥିଲେ l

ଚଢେ଼ପଟିଆ ଗ୍ରାମରେ ଗୋଷ୍ଟି ସଙ୍ଘର୍ଷ, ୪ଗୁରୁତର

ଯାଜପୁର : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଚଢେଇପାଟିଆ ଗାଁରେ ଗୋଷ୍ଠୀସଂଘର୍ଷ ଘଟି ୪ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଗୁରୁତର ୨ଜଣଙ୍କୁ କୋରେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, କୋରେଇ ଥାନା ଅନ୍ଧାରୀ ପଞ୍ଚାୟତର ଚଢେଇପାଟି ଗାଁରେ ପୂର୍ବ ଶତୃତାକୁ କେନ୍ଦ୍ରକରି ସନାତନ ଜେନା ଓ ମଧୁ ଜେନାଙ୍କ ପରିବାର ମଧ୍ୟରେ ବଚସା ଓ ମାଡପିଟ ହୋଇଥିଲା। କୌଣସି ମାରଣାସ୍ତ୍ରରେ ମଧୁ ଜେନାଙ୍କ ପରିବାର ଲୋକଙ୍କ ଆକ୍ରମଣରେ ସନାତନ ଜେନାଙ୍କ ପୁଅ କ୍ଷୀରୋଦ ଜେନା ଓ ତାଙ୍କ ପତ୍ନୀ ସସ୍ମିତା ଜେନା ଗୁରୁତର ଭାବେ ଆହତ ହୋଇଥିବା ହୋଇଛନ୍ତି । ତେବେ ଗୁରୁତରଙ୍କୁ ଦେଖି ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ କୋରେଇ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ସେପଟେ ପ୍ରତିପକ୍ଷଙ୍କ ପକ୍ଷରୁ ମଧ୍ୟ ଅନ୍ୟ ଦୁଇଜଣ ଆହତ ହୋଇଥିବା ନେଇ ପାଲଟା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ କୋରେଇ ଥାନାରେ ପରସ୍ପର ବିରୋଧି ଏତଲା ହୋଇଥିବା ବେଳେ କୋରେଇ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking