24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଚରଣଜିତ ସିଂ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚରଣଜିତ ସିଂ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଅନେକ ଛକାପଞ୍ଛା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ର ଘୋଷଣା କରାଯାଇଛି। ଚରଣଜିତ ସିଂ ଚନ୍ନୀ ହେବେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ। । ଆଜି କଂଗ୍ରେସ ନେତା ଚରଣଜିତ ସିଂ ଚନ୍ନି ପଞ୍ଜାବର ହେବେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ବୋଲି ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା ୬.୩୦ରେ ରାଜ୍ୟପାଳଙ୍କୁ ଭେଟିବେ ଚରଣଜିତ ସିଂ। କଂଗ୍ରେସ ବିଧାୟକ ଦଳ ବୈଠକରେ ତାଙ୍କ ନାମରେ ମୋହର ବାଜିଛି। ଚରଣଜିତ ସିଂ ଚନ୍ନି ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିବା ସୂଚନା ମିଳିଛି। ଚରଣଜିତ ସିଂ ଚନ୍ନିଙ୍କ ପ୍ରତି ସୁଖଜିନ୍ଦର ସିଂହଙ୍କ ମଧ୍ୟ ସମର୍ଥନ ରହିଛି।

ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସରେ ଚାଲିଥିବାଦଳୀୟ ଅନ୍ତକନ୍ଦଳ ବିସ୍ଫୋରକ ରୂପ ଧାରଣ କରିଥିଲା। ଏଥିରେ ଅତିଷ୍ଠ ହୋଇ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇଥିଲେ। ଏହାପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କିଏ ହେବେ ସେଥିନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ବିଧାୟକ ଦଳ ବୈଠକରେ ଚରଣଜିତ ସିଂ ଚନ୍ନିଙ୍କୁ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଛି। ତେଣୁ ଚରଣଜିତ ସିଂ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି କଂଗ୍ରେସ ପ୍ରଭାରୀ ହରିଶ ରାୱତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking