29.1 C
Bhubaneswar
Friday, May 10, 2024
Homeଦେଶ ବିଦେଶ୨୩ ନୁହେଁ, ୨୫ରେ ହେବ ରାଜସ୍ଥାନ ନିର୍ବାଚନ

୨୩ ନୁହେଁ, ୨୫ରେ ହେବ ରାଜସ୍ଥାନ ନିର୍ବାଚନ

ନୂଆଦିଲ୍ଲୀ: ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ତାରିଖ । ନଭେମ୍ବର ୨୩ ପରିବର୍ତ୍ତେ ନଭେମ୍ବର ୨୫ରେ ହେବ ଭୋଟ ଗ୍ରହଣ ପ୍ରକ୍ରିୟା । ଭୋଟ ଗ୍ରହଣ ତାରିଖ ବଦଳିବା ନେଇ ନିର୍ବାଚନ କମିଶନଙ୍କ ନୋଟିସ । ନଭେମ୍ବର ୭ରୁ ମତଦାନ ଆରମ୍ଭ। ବିଭିନ୍ନ ପର୍ଯ୍ୟାୟରେ ହେବ ମତଦାନ। ଡିସେମ୍ବର ୩ରେ ଭୋଟ୍ ଗଣତି। ଆଜି ସାମ୍ୱାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି ଇଲେକ୍ସନ୍ କମିଶନ ରାଜିବ କୁମାର। ଛତିଶଗଡ଼କୁ ଛାଡ଼ି ଅବଶିଷ୍ଟ ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ହେବ ଭୋଟ । ତେବେ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ହେଉଛି ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା।

ମିଜୋରାମ – ନଭେମ୍ବର ୭ ଭୋଟ ଗ୍ରହଣ, ଡିସେମ୍ବର ୩ରେ ଭୋଟ ଗଣତି
ଛତିଶଗଡ଼ – ନଭେମ୍ବର ୭ ଓ ୧୭ ଭୋଟ ଗ୍ରହଣ , ଡିସେମ୍ବର ୩ରେ ଭୋଟ ଗଣତି
ମଧ୍ୟପ୍ରଦେଶ – ନଭେମ୍ବର ୧୭ ଭୋଟ ଗ୍ରହଣ , ଡିସେମ୍ବର ୩ରେ ଭୋଟ ଗଣତି
ରାଜସ୍ଥାନ – ନଭେମ୍ବର ୨୫ ଭୋଟ ଗ୍ରହଣ , ଡିସେମ୍ବର ୩ରେ ଭୋଟ ଗଣତି
ତେଲେଙ୍ଗାନା – ନଭେମ୍ବର ୩୦ ଭୋଟ ଗ୍ରହଣ , ଡିସେମ୍ବର ୩ରେ ଭୋଟ ଗଣତି

୫ଟି ଯାକ ରାଜ୍ୟରେ ଡିସେମ୍ବର ୩ ରେ ଭୋଟ ଗଣତି ହେବ । ଡିସେମ୍ବର ୫ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking