34.1 C
Bhubaneswar
Saturday, April 27, 2024
Homeଜୀବନଶୈଳୀଘରେ ଲଗାନ୍ତୁ ନାହିଁ ଏହି ଗଛ, ନହଲେ ଦୁଃଖରେ କଟିବ ଦିନ

ଘରେ ଲଗାନ୍ତୁ ନାହିଁ ଏହି ଗଛ, ନହଲେ ଦୁଃଖରେ କଟିବ ଦିନ

ବ୍ୟୁରୋ : ଅନେକ ସମୟରେ ଘରକୁ ସୁନ୍ଦର କରିବା ପାଇଁ କିଛି ଇନଡ଼ୋର ଗଛ ଆମେ ଘରେ ଲଗାଇ ଥାଉ। ହେଲେ ଆମ ଅଜାଣତରେ ଏମିତି କିଛି ଗଛ ଥାଏ ଯାହା ସୁନ୍ଦର ତ ଦେଖାଯାଏ ହେଲେ ବାସ୍ତୁ ଅନୁସାରେ ତାହା ଶୁଭ ହୋଇନଥାଏ। ସେହି ଗଛ ଘରର ସୁଖଶାନ୍ତି ଛଡ଼ାଇ ନିଏ। ଆସନ୍ତୁ ଜାଣିବା ସେ ଗଛ ଗୁଡ଼ିକ କଣ ? ଯାହାକୁ ବିଲକୁଲ୍ ଘରେ ଲଗାଇବେ ନାହିଁ ।

ସିଜୁ(କ୍ୟାକଟସ) ଗଛ
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ସିଜୁ ଗଛ ଲଗାନ୍ତୁ ନାହିଁ। କିମ୍ବା କୌଣସି କଣ୍ଟା ଗଛ ଲଗାନ୍ତୁ ନାହିଁ। କାରଣ ଘରେ କଣ୍ଟା ଗଛ ରହିଲେ ଘରକୁ ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏହାସହ ଘରେ କଳହ ଏବଂ କ୍ଳେଶ ବଢ଼େ।

ମେହେନ୍ଦି ଗଛ
ମେହେନ୍ଦିକୁ ଶୁଭ ବୋଲି ମନେ କରାଯାଏ। ପ୍ରତ୍ୟେକ ଶୁଭ କାର୍ଯ୍ୟରେ ମେହେନ୍ଦି ବ୍ୟବହାର କରାଯାଏ। ହେଲେ ଘରେ ମେହେନ୍ଦି ଗଛ ଲଗାଇଲେ ଅଶୁଭ ହୋଇଥାଏ ବୋଲି ବାସ୍ତୁାାସ୍ତ୍ରରେ କୁହାଯାଇଛି।

ଓସ୍ତ ଗଛ
ଏମିତିରେ ଓସ୍ତ ଗଛକୁ ମଧ୍ୟ ପୂଜା କରାଯାଏ। ତାକୁ ପବିତ୍ର ବୋଲି କୁହାଯାଏ। କିନ୍ତୁ ଘରେ ଲଗାଇବା ଦ୍ବାରା ଅଶୁଭ ହୋଇଥାଏ। ଘରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

ତେନ୍ତୁଳି ଗଛ
ତେନ୍ତୁଳି ଗଛର ଛାଇ ମଧ୍ୟ ଘର ଉପରେ ପଡ଼ିବା ଅଶୁଭ ବୋଲି କୁହାଯାଏ। ଘରର ଆଖପାଖରେ ମଧ୍ୟ ତେନ୍ତୁଳି ଗଛ ରହିଲେ ଅଶୁଭ ବୋଲି କୁହାଯାଏ। ଘରେ ନକାରାତ୍ମକ ଉର୍ଜା ବଢ଼େ। ତେବେ ଯଦି ଏହି ଗଛ ଗୁଡ଼ିକ ଆପଣଙ୍କ ଘରେ କିମ୍ବା ଆଖପାଖରେ ଥାଏ, ତାହେଲେ ଶୀଘ୍ର ସେଗୁଡ଼ିକ ହଟାଇ ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking