28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୭୦୦ ଫୁଟ ଉଚ୍ଚରେ ବିମାନର ଗେଟ୍ ଖୋଲିଦେଲେ ଯାତ୍ରୀ

୭୦୦ ଫୁଟ ଉଚ୍ଚରେ ବିମାନର ଗେଟ୍ ଖୋଲିଦେଲେ ଯାତ୍ରୀ

ସିଓଲ: ସାଉଥ୍ କୋରିଆରେ ଶୁକ୍ରବାର ଏସିଆନା ଏୟାରଲାଇନ୍ସର ଏକ ବିମାନ ଲ୍ୟାଣ୍ଡ୍ କରିବାର ଦୁଇ ମିନିଟ୍ ପୂର୍ବରୁ ସେଥିରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଅଚାନକ ବିମାନର ଏମର୍ଜେନ୍ସି ଗେଟ୍ ଖୋଲି ଦେଇଛନ୍ତି । ସେ ସମୟରେ ବିମାନ ୭୦୦ ଫୁଟ ଉଚ୍ଚରେ ଥିଲା । ଗେଟ୍ ଖୋଲିଥିବା ଯାତ୍ରୀଙ୍କୁ ପୁଲିସ ଗିରଫ କରିଛି । ସିଏନ୍‌ଏନ୍ ରିପୋର୍ଟ ଅନୁସାରେ ବିମାନରେ ୬ କ୍ରୁ ମେମ୍ବରଙ୍କ ସହିତ ୧୯୪ ଯାତ୍ରୀ ଥିଲେ । ଗେଟ୍ ଖୋଲିଦେବା କାରଣରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବିମାନର ଜଣେ ପ୍ରତ୍ୟକ୍ଷଦର୍ଶା ଯାତ୍ରୀ କହିଛନ୍ତି, ଅଚାନକ ଏପରି ଲାଗିଲା ଯେପରି ବିମାନରେ ବିସ୍ଫୋରଣ ହୋଇଯିବ । ଗେଟ୍ ନିକଟରେ ବସିଥିବା ଯାତ୍ରୀମାନେ ବେହୋଶ୍ ହୋଇଯାଇଥିଲେ । କିଛି ବୁଝାପଡ଼ୁ ନଥିଲା । ବିମାନରେ ଥିବା ଯାତ୍ରୀ କାନ୍ଦିବାରେ ଲାଗିଥିବା ବେଳେ କେତେକ ଭୟରେ କମ୍ପିବାକୁ ଲାଗିଥିଲେ । ଗେଟ୍ ଖୋଲି ସମ୍ପୃକ୍ତ ଯାତ୍ରୀ ତଳକୁ ଡେଇଁବାକୁ ଉଦ୍ୟମ କରୁଥିଲା ବୋଲି ଅନ୍ୟଜଣେ ଯାତ୍ରୀ କହିଛନ୍ତି । ସମ୍ପୃକ୍ତ ଯାତ୍ରୀଙ୍କୁ ପଚରା ଉଚରା ଚାଲିଥିବା ବେଳେ ସେ ମଦ୍ୟପାନ କରିନଥିବା ପୁଲିସ କହିଛି । ତେବେ ସେ ଏପରି କାହିଁକି କଲେ ତାହା ଜଣାପଡ଼ି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking