26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଆୟକର ଆସେସ୍‌ମେଣ୍ଟ୍ ମାମଲା; ଦିଲ୍ଲୀ ହାଇକୋର୍ଟରେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଧକ୍କା

ଆୟକର ଆସେସ୍‌ମେଣ୍ଟ୍ ମାମଲା; ଦିଲ୍ଲୀ ହାଇକୋର୍ଟରେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଧକ୍କା

ନୂଆଦିଲ୍ଲୀ: ଆୟକର ଆସେସ୍‌ମେଣ୍ଟ୍ ମାମଲାରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁତ୍ର ରାହୁଲ ଓ କନ୍ୟା ପ୍ରିୟଙ୍କା ଗାନ୍ଧୀଙ୍କୁ ଧକ୍କା ଲାଗିଛି । ଆୟକର ବିଭାଗର ଟ୍ୟାକ୍ସ ଆସେସ୍‌ମେଣ୍ଟ୍ କେନ୍ଦ୍ରୀୟ ସର୍କଲ୍‌କୁ ଟ୍ରାନ୍ସଫର୍ ନିଷ୍ପତ୍ତିକୁ ଠିକ୍ ବୋଲି କୋର୍ଟ କହିଛନ୍ତି । ଏହା ସହିତ ଏହି ନିଷ୍ପତ୍ତିର ଚ୍ୟାଲେଞ୍ଜ୍ କରି ହୋଇଥିବା ପିଟିସନ୍‌କୁ ଖାରଜ କରିଦେଇଛନ୍ତି । ହାଇକୋର୍ଟ କହିଛନ୍ତି କ୍ୟାସ୍‌ଲେସ୍ ଆସେସ୍‌ମେଣ୍ଟ୍ ଦ୍ୱାରା ମୂଲ୍ୟାଙ୍କନ କରିବାର କୌଣସି ମୌଳିକ କିମ୍ବା ନିହିତ ଆଇନଗତ ଅଧିକାର ନାହିଁ । ଆସେସ୍‌ମେଣ୍ଟ୍‌କୁ ଆଇନ ଅନୁଯାୟୀ ଏବଂ ଉନ୍ନତ ସମନ୍ୱୟ ପାଇଁ ଟ୍ରାନ୍ସଫର୍ କରାଯାଇଛି ।

ଜଷ୍ଟିସ୍ ମନମୋହନ ଏବଂ ଜଷ୍ଟିସ୍ ଦିନେଶ କୁମାର ଶର୍ମାଙ୍କ ବେଞ୍ଚ୍ କହିଛନ୍ତି, ଏହି ଟ୍ରାନ୍ସଫର୍ ଆଇନ ଅନୁସାରେ ହୋଇଥିଲା । ତେବେ ବେଞ୍ଚ୍ ଗୁଣ-ଦୋଷ ଆଧାରରେ ମାମଲାର ଯାଞ୍ଚ୍ କରିନଥିବା ସ୍ପଷ୍ଟ କରିଛନ୍ତି । ପିଟିସନର୍ ଉପଯୁକ୍ତ ବୈଧାନିକ ପ୍ରାଧିକରଣ ସମକ୍ଷରେ ଆବେଦନ କରିବା ନିମନ୍ତେ ସ୍ୱାଧୀନ ବୋଲି କୋର୍ଟ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଆୟକର ବିଭାଗ ପାଞ୍ଚଟି ଅଣଲାଭକାରୀ ସଂସ୍ଥା ସଞ୍ଜୟ ଗାନ୍ଧୀ ମେମୋରିଆଲ୍ ଟ୍ରଷ୍ଟ, ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌, ରାଜୀବ ଗାନ୍ଧୀ ଚାରିଟେବଲ୍ ଟ୍ରଷ୍ଟ୍‌, ୟଙ୍ଗ୍ ଇଣ୍ଡିଆନ୍ ଏବଂ ଜବାହର ଭବନ ଟ୍ରଷ୍ଟ୍‌ର ଆୟକର ନିର୍ଦ୍ଧାରଣକୁ ଟ୍ରାନ୍ସଫର୍ କରିଥିଲା । ଏହାକୁ ଦିଲ୍ଲୀ ହାଇକୋର୍ଟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ଚାରିଟେବଲ୍ ଟ୍ରଷ୍ଟ୍ ପକ୍ଷରୁ ଚାଲେଞ୍ଜ୍ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking