30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶସତ୍ୟେନ୍ଦ୍ର ଜୈନ୍‌ଙ୍କୁ ସୁପ୍ରିମ୍‌କୋର୍ଟରୁ ସସର୍ତ୍ତ ଅନ୍ତରୀଣ ଜାମିନ

ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ସୁପ୍ରିମ୍‌କୋର୍ଟରୁ ସସର୍ତ୍ତ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ସୁପ୍ରିମ୍‌କୋର୍ଟ ଶୁକ୍ରବାର ଛଅ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏହି ଜାମିନ ମେଡିକାଲ୍ ଆଧାରରେ ଦିଆଯାଇଥିବା ବେଳେ ଏହି ସମୟ ମଧ୍ୟରେ ଏହି ମାମଲାକୁ ନେଇ ସେ ମିଡିଆ ସହିତ କୌଣସି ପ୍ରକାର କଥାବାର୍ତ୍ତା କରିପାରିବେ ନାହିଁ କିମ୍ବା ମିଡିଆ ସମ୍ପର୍କରେ ଆସିପାରିବେ ନାହିଁ ବୋଲି କୋର୍ଟ ଜାମିନ ଆଦେଶରେ କହିଛନ୍ତି। ଏହା ସହିତ ଜୁଲାଇ ୧୦ରେ ସ୍ୱାସ୍ଥ୍ୟ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ଜୈନ୍‌ଙ୍କୁ ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ଏହାପରେ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ସୁପ୍ରିମ୍‌କୋର୍ଟ ଜୈନ୍‌ଙ୍କୁ ନିଜ ପସନ୍ଦର ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେବାକୁ ସ୍ୱାଧୀନତା ପ୍ରଦାନ କରିଛନ୍ତି । ଏହା ସହିତ ବାହାରେ ରହି ଜୈନ୍ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ କିମ୍ବା କୋର୍ଟର ବିନା ଅନୁମତିରେ ଦିଲ୍ଲୀ ବାହାରକୁ ଯାଇପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି । ସେହିପରି ଜାମିନ ସମୟରେ ଯେଉଁ ସବୁ ଚିକିତ୍ସା କରାଯାଇଛି ତାର ଡକ୍ୟୁମେଣ୍ଟ୍ କୋର୍ଟରେ ଉପସ୍ଥାପନ କରିବାକୁ କୋର୍ଟ ଜୈନ୍‌ଙ୍କୁ କହିଛନ୍ତି ।

ଏହା ପୂର୍ବରୁ ମେ’ ୧୮ ତାରିଖରେ କୋର୍ଟ ଇଡିକୁ ନୋଟିସ୍ ଜାରି କରିଥିଲେ । ସୂଚନାଯୋଗ୍ୟ, ଗୁରୁବାର ଜୈନ୍ ତିହାର ଜେଲ୍‌ର ୱାଶ୍‌ରୁମ୍‌ରେ ଗୋଡ଼ ଖସିଯିବାରୁ ପଡ଼ିଯାଇଥିଲେ । ତାଙ୍କୁ ଲୋକ ନାରାୟଣ ଜୟପ୍ରକାଶ ହସ୍ପିଟାଲ୍ (ଏଲ୍‌ଏନ୍‌ଜେପି)ରେ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି । ମନି ଲଣ୍ଡରିଂ ମାମଲାରେ ଜୈନ୍ ୨୦୨୨ ମେ ୩୧ ତାରିଖରୁ ଜେଲ୍‌ରେ ରହିଛନ୍ତି । ଏପ୍ରିଲ୍ ୬ରେ ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହେବାପରେ ସେ ସୁପ୍ରିମ୍‌କୋର୍ଟରେ ଅପିଲ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking