28.9 C
Bhubaneswar
Sunday, May 5, 2024
Homeଓଡିଶାପୋଖରୀରେ ବୁଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

ପୋଖରୀରେ ବୁଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

ଯାଜପୁର : ଧର୍ମଶାଳା ଥାନା ଅନ୍ତର୍ଗତ ମହିଶରା ପଞ୍ଚାୟତ ପାରିକ୍ଷେତ ଗାଁ’ରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ଜଣକ ହେଲେ ସେହି ଗାଁ’ର ନେତ୍ରାନନ୍ଦ ବେହେରା(ବାଜିଆ) ବୟସ ୬୫। ବିଲ ବାଛିବାକୁ ଯାଇ ଘରକୁ ଫେରୁଥିବା ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅନେକ ସମୟ ଧରି ନଫେରିବାରୁ ନିକଟରେ ଥିବା ଲୋକେ ସନ୍ଦେହରେ ପୋଖରୀ ଭିତରକୁ ଯାଇ ସେଠାରେ ମଧ୍ୟ ତାକୁ ଦେଖିବାକୁ ପାଇ ନଥିଲେ। ଏହାପରେ ପୋଖରୀରେ ଖୋଜା ଖୋଜି ମଧ୍ୟ କରିଥିଲେ। ନପାଇବାରୁ ଚଢେଇଧରା ସ୍ଥିତ ଦମକଳ କେନ୍ଦ୍ରକୁ ଜଣାଇବା ସହିତ ଜେନାପୁର ଥାନାକୁ ଜଣାଇଥିଲେ। ଦମକଳ ବାହିନୀ ବହୁ ଖୋଜା ଖୋଜି କଲାପରେ ମୃତଦେହକୁ ପୋଖରୀ ଭିତରୁ ଉଦ୍ଧାର କରିଥିଲା। ଏନେଇ ଜେନାପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking