29.1 C
Bhubaneswar
Saturday, April 27, 2024
Homeଓଡିଶାଟିକା ନନେଇ ବି ଆସିଛି ମେସେଜ୍

ଟିକା ନନେଇ ବି ଆସିଛି ମେସେଜ୍

କଟକ : କଟକରେ କୋଭିଡ୍ ଟିକାକରଣ ନେଇ ଅନିୟମିତତା ଭଳି ଅଭିଯୋଗ ଉଠିଛି । ଏପରିକି ଜଣେ ବ୍ୟକ୍ତି ଟିକା ନନେଇ ମଧ୍ୟ କେ-ୱିନ୍‌ରେ ତାଙ୍କ ନାମରେ ଟିକା ନେଇଥିବା ସାର୍ଟିଫିକେଟ୍ ବାହାରିବା ଘଟଣା ଜନସାଧାରଣଙ୍କୁ ସ୍ତମ୍ଭୀଭୂତ କରିଛି । ଅଭିଯୋଗ ଅନୁଯାୟୀ ବିଡାନାସୀ ଅଞ୍ଚଳର ଚନ୍ଦ୍ରିକା ଦାସ ଭୁବନେଶ୍ୱର ରଘୁନାଥପୁରସ୍ଥିତ ଶାଶୂଘରେ ରୁହନ୍ତି । ମାତ୍ର ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍‌ରେ ସେ କୋଭିସିଲଡ୍ ଟିକା ପ୍ରଥମ ପାନ ନେଇଥିବା ତାଙ୍କ ମୋବାଇଲ୍‌କୁ ଏକ ମେସେଜ୍ ଆସିଥିଲା ।

ଏନେଇ ସେ ଯାଞ୍ଚ କରିବା ପରେ ଟିକାକରଣ ସାର୍ଟିଫିକେଟ୍ ମଧ୍ୟ ପାଇଥିଲେ । ଶ୍ରୀମତୀ ଦାସଙ୍କୁ ଇଣ୍ଡୋର୍ ଷ୍ଟାଡିୟମ୍‌ରେ ସ୍ମୃତିରେଖା ସାମଲ ନାମକ ଜଣେ ସ୍ୱାସ୍ଥ୍ୟକର୍ମୀ ଟିକା ଦେଇଥିବା ମଧ୍ୟ ଉଲ୍ଲେଖ ରହିଛି । ସେହିଭଳି ଆସନ୍ତା ସେପ୍ଟେମ୍ବର ୧୩ରୁ ଅକ୍ଟୋବର ୧୧ତାରିଖ ଭିତରେ ଦ୍ୱିତୀୟ ଡୋଜ୍ ଟିକାନେବାକୁ ମଧ୍ୟ ସାର୍ଟିଫିକେଟ୍‌ରେ ଦର୍ଶାଯାଇଛି । ତେବେ ଶ୍ରୀମତୀ ଦାସ ଆଦୌ ଟିକା ନେଇନଥିବାବେଳେ ତାଙ୍କ ନାମରେ ଏଭଳି ମେସେଜ୍ ଆସିବା ଦ୍ୱାରା ସେ ପ୍ରଥମ ଡୋଜ୍ ଟିକା କିଭଳି ନେବେ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ତାଙ୍କ ବଡ଼ଭାଇ ଚନ୍ଦନ ଦାସ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଭଉଣୀ ଭୁବନେଶ୍ୱରରେ ରହୁଥିବାବେଳେ କଟକରେ ଟିକା ନେବା ପ୍ରସଙ୍ଗ ଏହି ବ୍ୟବସ୍ଥାର ସ୍ୱଚ୍ଛତା ପ୍ରତି ସନ୍ଦେହ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking