39.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରଥମ ଭୂଇଁ ଉପରେ ଦ୍ୱିତୀୟ ଭୂଇଁର ୬ କାଠ ଖଞ୍ଜାଗଲା

ପ୍ରଥମ ଭୂଇଁ ଉପରେ ଦ୍ୱିତୀୟ ଭୂଇଁର ୬ କାଠ ଖଞ୍ଜାଗଲା

ପୁରୀ : ରଥଖଳାରେ ଆଗେଇ ଚାଲିଛି ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ରଥର ନିର୍ମାଣ କାର୍ଯ୍ୟ । ୩ରଥର ୪ନାହାକାର ପ୍ରଥମ ଭୂଇଁ ପଡ଼ି ୧୪ନାହାକା ଉଠିଥିଲା । ଆଜି ୩ରଥରେ ପ୍ରଥମ ଭୂଇଁ ଉପରେ ଦ୍ୱିତୀୟ ଭୂଇଁର ୬ କାଠ ଖଞ୍ଜାଯାଇଛି । ଏଥିସହିତ ୩ରଥର ବଡ଼ ଧରା ପୋଟଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପୋଟଳ ତେର ପରସ୍ତ ବିଶିଷ୍ଟ । ଏହା ରଥର ଶେଷ ଭୂଇଁ ଉପରୁ ନିର୍ମିତ ହୁଏ । ଏହାର ଗଠନ ଶୈଳୀ ଶ୍ରୀମନ୍ଦିର ଶୀର୍ଷଭାଗ ଅଂଶ ଭଳି ଦୃଶ୍ୟମାନ ହୁଏ । ଏହାର ପ୍ରତିଟି ପରସ୍ତ ଉପରେ ନଦା ବା ବଟନ ଦିଆଯାଇ ତା ଉପରେ ଦ୍ୱିତୀୟ ପୋଟଳ ପଟା ପଡ଼ି ପଞ୍ଚମ ପୋଟଳ ପରେ ଷଷ୍ଠ ଏବଂ ସପ୍ତମ ପୋଟଳ ପାରାଭାଡ଼ି ଉଠି ଅଷ୍ଟମରୁ ଦ୍ୱାଦଶ ପରସ୍ତ ପୋଟଳ ପରେ ତ୍ରୟୋଦଶ ପରସ୍ତ ଖପୁରୀ ପାରେଣୀ ବା ଖପୁରୀ ପରେ କଳସ ଉଠି ଏହା ଉପରେ ପିତ୍ତଳ କଳସ ଲାଗିଥାଏ ।

ମଙ୍ଗଳବାର ୩ରଥରେ ମୋଟ ୧୯୮ଜଣ ନିର୍ମାଣକାରୀ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୭୮ଜଣ ମହାରଣା, ୭୬ଜଣ ଭୋଇ ସେବକ, ୫ଜଣ କରତି ସେବକ, ଜଣେ ପାହି ମହାରଣା, ୧୬ଜଣ ଓଝା ବା କମାର ସେବକ, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୯ଜଣ ରୂପକାର ସେବକ ଓ ଜଣେ ରଥଖଳା ସହାୟକ ଅନ୍ତର୍ଭୁକ୍ତ । ମଙ୍ଗଳବାର ସକାଳ ୮ଟାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ପରେ ବର୍ଷା ଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking