25.1 C
Bhubaneswar
Thursday, May 9, 2024
Homeଓଡିଶାତେଇଶ ଦିନରେ ପହଂଚିଛି ଶ୍ରମିକ ଆନ୍ଦୋଳନ

ତେଇଶ ଦିନରେ ପହଂଚିଛି ଶ୍ରମିକ ଆନ୍ଦୋଳନ

କେନ୍ଦୁଝର: କେନ୍ଦୁଝର ଶୁଆକାଠି ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତରୁ ଓଡିଶା ମାଇନିଂ କର୍ପୋରେସନ ଖଣି କାର୍ଯ୍ୟ ଚଲାଇଛି । ଉକ୍ତ ଖଣି ଉପରେ ନିର୍ଭର କରି ଦୀର୍ଘ ବର୍ଷ ହେଲା ଆଖ ପାଖର ପାଞ୍ଚରୁ ଉର୍ଦ୍ଧ୍ବ ପଞ୍ଚାୟତ ଭରଣପୋଷଣ ମେଣ୍ଟାଉଛନ୍ତି ।ଏହି ଖଣିରେ ଟ୍ରକ ଲୋଡିଂ,ଲେବିଲିଙ୍ଗ ଆଦି କରି ଚଳି ଆସୁଥିଲେ ସ୍ଥାନୀୟ ଜନସାଧାରଣ। କିନ୍ତୁ ଲକ ଡାଉନ ହଟିବା ପରେ ଓଏମସି ଖଣି କତ୍ତୃପକ୍ଷ ଜାଗର ଠାରେ ଥିବା ଖଣିରୁ ଶ୍ରମିକଙ୍କୁ ହଟାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ଖଣିରେ ଶ୍ରମିକ ବଦଳରେ ମେସିନ ସାହାଯ୍ୟରେ କାର୍ଯ୍ୟ କରିବେ ବୋଲି କମ୍ପାନୀ ପ୍ରକାଶ କରିଥିବା ଶ୍ରମିକ ଅଭିଯୋଗ କରିଛନ୍ତି । ଫଳରେ ଏହି ଖଣି ଉପରେ ନିର୍ଭରଶୀଳ ଥିବା ଶତାଧିକ ଶ୍ରମିକ କାର୍ଯ୍ୟ ଅଭାବରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ କମ୍ପାନୀ କତ୍ତୃପକ୍ଷ ଙ୍କୁ ପୂର୍ବରୁ ଆପତ୍ତି କରିଥିବା ବେଳେ କିଛି ଶ୍ରମିକ ଙ୍କୁ ସର୍ତ୍ତ ମୂଳକ କାର୍ଯ୍ୟ ଯୋଗ ଦେବା ପାଇଁ କମ୍ପାନୀ ଅନୁମତି ଦେଇଥିଲା । କାର୍ଯ୍ୟ ରେ ଯୋଗ ଦେବାକୁ ଗଲା ବେଳେ କମ୍ପାନୀ ପକ୍ଷରୁ ନୂତନ ଭାବେ ଆଉ ଗ୍ରହଣ ନକରା ଯାଇ ଧମକ ଦିଆ ଯାଇଥିବା ଅଭିଯୋଗ କରିଛନ୍ତି ଶ୍ରମିକ ମାନେ । ଏହାର ପ୍ରତିବାଦ କରି କାର୍ଯ୍ୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଉପରଜାଗରର ଶତାଧିକ କ୍ଷତିଗ୍ରସ୍ତ ଶ୍ରମିକ । ଏନେଇ କମ୍ପାନୀ କତ୍ତୃପକ୍ଷ ଶ୍ରମିକ ମାନଙ୍କୁ ସମ୍ମାନ ସହ କାର୍ଯ୍ୟରେ ଯୋଗ ନ ଦେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଶ୍ରମିକଙ୍କ ପକ୍ଷରୁ ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ବି ଜେ ପି ପକ୍ଷରୁ ଶ୍ରମିକଙ୍କ ଆନ୍ଦୋଳନ ରେ ସାମିଲ ହେବାସହ ସହଯୋଗ ର ଆଶ୍ୱାସନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking