29.1 C
Bhubaneswar
Friday, May 10, 2024
Homeଖେଳବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ପ୍ରଥମ ଥର ସ୍ୱର୍ଣ୍ଣ ଜିତିଲେ ଭାରତୀୟ ମହିଳା ଦଳ

ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ପ୍ରଥମ ଥର ସ୍ୱର୍ଣ୍ଣ ଜିତିଲେ ଭାରତୀୟ ମହିଳା ଦଳ

ବ୍ୟୁରୋ : ଜର୍ମାନୀର ବର୍ଲିନରେ ଅୟୋଜିତ ହୋଇଥିବା ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ଇତିହାସ ରଚିଛନ୍ତି ଭାରତୀୟ ମହିଳା ଦଳ। ମେସ୍କିକୋକୁ ଫାଇନାଲରେ ହରାଇ ମହିଳା ଦଳଗତ ଇଭେଣ୍ଟରେ ପ୍ରଥମ ଥର ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଛନ୍ତି । ମେସ୍କିକୋକୁ ୨୩୫-୨୨୯ରେ ହରାଇ ଟାଇଟଲ ହାସଲ କରିଛି ଭାରତୀୟ ଟିମ୍‌ । ଆଉ ଏଥିପାଇଁ ଭାରତୀୟ ତୀରନ୍ଦାଜ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଇଟାଲିଆନ କୋଚ୍ (ସରଜିଓ ପେଗନୀ-ଦୁଇ ଥର ବିଶ୍ୱ ସ୍ୱର୍ଣ୍ଣ ପଦକ ବିଜେତା)ଙ୍କ ନେତୃତ୍ୱରେ ଭି. ଜ୍ୟୋତି ସୁରେଖା, ଆଦିତୀ ସ୍ୱାମୀ ଏବଂ ପରନୀତ କୌରଙ୍କୁ ନେଇ ଗଠିତ ଟିମ୍ ପଦକ ବିଜୟୀ ପ୍ରଦର୍ଶନ କରିଥିଲେ। ସମସ୍ତ ଚାରି ରାଉଣ୍ଡରେ ଭାରତୀୟ ଦଳ ଆଗରେ ରହି (୫୯-୫୭, ୫୯-୫୮, ୫୯-୫୭, ୫୮-୫୭) ଟାଇଟଲ ନିଶ୍ଚିତ କରିଥିଲେ । ବିଶ୍ୱ ଚାମ୍ପିଅନସିପରେ ଜ୍ୟୋତିରଙ୍କର ଏହା ୭ମ ପଦକ । ଏହା ପୂର୍ବରୁ ସେ ୪ଟି ରୌପ୍ୟ, ୨ଟି କାଂସ୍ୟ ଜିତିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking