28.1 C
Bhubaneswar
Tuesday, May 21, 2024
Homeଓଡିଶାମାଛ ଧରାଳିଙ୍କ ଆଖି ତାଡ଼ିଦେଲା ଭାଲୁ

ମାଛ ଧରାଳିଙ୍କ ଆଖି ତାଡ଼ିଦେଲା ଭାଲୁ

ନୀଳଗିରି: ଡ୍ୟାମରୁ ମାଛଧରି ଫେରୁଥିବା ସମୟରେ ଜଣେ ମାଛ ଧରାଳିଙ୍କୁ ଭାଲୁ ଆକ୍ରମଣ କରି ତାଙ୍କ ବାମ ଆଖି ତାଡ଼ି ଦେବା ସହ ମୁହଁକୁ ବିକୃତ କରି ଦେଇଛି । ଦୀର୍ଘ ପ୍ରାୟ ୨୦ମିନିଟ ସହ ଭାଲୁ ସହ ଲଢ଼େଇ କରି ସେ ଜୀବନ ବଞ୍ଚାଇଥିଲେ ହେଁ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ସମ୍ପ୍ରତି ଯୁବକ ଜଣକ ଜୀବନ ସହ ସଂଗ୍ରାମ କରି ଚାଲିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଅଞ୍ଚଳରେ । ନୀଳଗିରି ବ୍ଲକ କେସିପୁର ପଞ୍ଚାୟତ ଅଧୀନ ଭେଜିଗୋଠ ଗାଁର ବଗାଲ ସିଂ ଗାଁର ଆଉ ଦୁଇଜଣଙ୍କ ସହ ନିକଟସ୍ଥ ରିଶିଆ ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ । ଚୁନାମାଛ ଧରି ସେଠାରୁ ଫେରୁଥିବା ସମୟରେ ଏକ ଖାଲୁଆ ସ୍ଥାନରେ ହିଂସ୍ର ଭାଲୁଟି ତାଙ୍କୁ ମାଡ଼ି ବସିଥିଲା । ତାଙ୍କ ଆଖି ତାଡ଼ିବା ସହ ହାତ, ଗୋଡ଼, ମୁହଁ, ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେଇଥିଲା । ସ୍ଥାନୀୟଲୋକେ ତାକୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯୁବକଙ୍କ ଅବସ୍ଥା ଗୁରୁତର ଦେଖି ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରାଇ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଲେଖିଥିଲେ। ଏ ସମ୍ପର୍କରେ ୧୦୮କୁ ଆହତଙ୍କ ସମ୍ପର୍କୀୟ ଯୋଗାଯୋଗ କରିଥିଲେ ହେଁ ଦୀର୍ଘ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ଏହି ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ମାତ୍ର ୧୦କିମି ଦୂରରେ ଥିବା ଆମ୍ବୁଲାନ୍ସକୁ କାହିଁକି ଏତେ ବିଳମ୍ବ ହେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଭାଲୁ ଆକ୍ରମଣରେ ଆହତ ହୋଇଥିବା ବଗାଲ ସିଂଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯିବା ସହ ରକ୍ତବାନ୍ତି କରି ଡାକ୍ତରଖାନା ଚଟାଣ ଭିଜାଇ ଦେଇଥିଲେ । ସ୍ଥାନୀୟ ଦୁଇଜଣ ସାମ୍ବାଦିକ ଏହି ଘଟଣାରେ ହସ୍ତକ୍ଷେପ କରି ପ୍ରାଇଭେଟ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଡାକ୍ତରଖାନାକୁ ପଠାଇଥିଲେ । ୧୦୮ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାୟିତ୍ୱ ହୀନତା ପାଇଁ ଦୀର୍ଘ ଦେଢ଼ ଘଣ୍ଟା ଧରି ଗୁରୁତର ରୋଗୀ ଜଣକ ନୀଳଗିରି ଡାକ୍ତରଖାନାରେ ଛଟପଟ ହେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ଏହି ଘଟଣା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking