26.1 C
Bhubaneswar
Wednesday, May 8, 2024
Homeଓଡିଶାସ୍ୱାସ୍ଥ୍ୟ ମନ୍ତ୍ରୀ ବି କହିଲେ ଦିନରେ ହୋଇପାରେ କର୍ଫ୍ୟୁ

ସ୍ୱାସ୍ଥ୍ୟ ମନ୍ତ୍ରୀ ବି କହିଲେ ଦିନରେ ହୋଇପାରେ କର୍ଫ୍ୟୁ

ଭୁବନେଶ୍ୱର: ଦିନରେ କର୍ଫ୍ୟ ଲାଗୁ ନେଇ ବାଚସ୍ପତି କହିଥିବା କଥାକୁ ଦୋହରାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ବାଚସ୍ପତିଙ୍କ ପରି ସମାନ ମତ ସେ ରଖିଛନ୍ତି । ରାଜ୍ୟରେ ଆବଶ୍ୟକ ପଡିଲେ ଦିନ ବେଳା କର୍ଫ୍ୟୁ ଲାଗୁ ହେବ । ସେ କହିଛନ୍ତି, ସୀମାବର୍ତ୍ତୀ ଅଂଚଳରେ ଆମ ପର୍ଯ୍ୟବେକ୍ଷକ ଗସ୍ତ କରୁଛନ୍ତି । ଶିକ୍ଷାନୁଷ୍ଠାନ,ଷ୍ଟେସନ ଓ ବିମାନ ବନ୍ଦରରୁ ପଜିଟିଭ ବାହାରିଲାଣି । ଦରକାର ପଡିଲେ ରାତି କର୍ଫ୍ୟୁ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେ କହିଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଆଜି ରାଜ୍ୟରୁ ୫୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଲକ୍ ଡାଉନ ଓ ସଟ ଡାଉନ ଭଳି ପଦକ୍ଷେପ ଗ୍ରହଣ କରିବାକୁ ଚିନ୍ତା କରୁଛନ୍ତି । ଯଦି ଆଗକୁ ସେଭଳି ପରିସ୍ଥିତି ଆସେ ତେବେ କର୍ଫ୍ୟୁ ଲଗାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking