31.1 C
Bhubaneswar
Sunday, May 19, 2024
Homeଓଡିଶାପିପିଲି ଉପନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ପିପିଲି ଉପନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ପିପିଲି: ପିପିଲି ଉପନିର୍ବାଚନରେ ଦଳ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତାପ ଦେବଙ୍କ ଘରେ ବସିଥିବା ବିଜେଡି ବୈଠକ ପରେ ଏନେଇ ସୂଚନା ପ୍ରଦାନ କରିଛନ୍ତି ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ।

ବିଜେଡି, ବିଜେପି ଓ କଂଗ୍ରେସ ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି । ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସମୀର ଦାଶ, ପ୍ରଣବ ପ୍ରକାଶ ଦାସ, ପିନାକୀ ମିଶ୍ର, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଂଜନ ପୁଜାରୀ, ଆକାଶ ଦାସ ନାୟକ ତାଲିକାରେ ରହିଛନ୍ତି। ତାଲିକାର ଶେଷ ସ୍ଥାନରେ ରହିଛନ୍ତି ଅଭିନେତା ଅରିନ୍ଦମ ରାୟ । କିନ୍ତୁ ଷ୍ଟାର ପ୍ରଚାରକ ଭାବେ ଅନୁଭବଙ୍କ ନାଁ ନାହିଁ। ତେବେ ନବୀନ ଷ୍ଟାର ପ୍ରଚାରକ ଭାବେ ମୈଦାନକୁ ଓହ୍ଲାଇଲେ ଅଧିକ ଭୋଟ୍‌ ଆସିବା ନେଇ ଦଳୀୟ କର୍ମୀମାନେ କହୁଛନ୍ତି। କିନ୍ତୁ କରୋନା ବଢୁଥିବାରୁ ମୁଖ୍ୟମନ୍ତ୍ରୀ ପିପିଲି ଗସ୍ତରେ ଯିବେ କି ନାହିଁ ତାହାକୁ ନେଇ ଅନେକ ଚର୍ଚ୍ଚା ଧରିଥିଲା। କିନ୍ତୁ ତାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଏବଂ ନବୀନ ପିପିଲି ଯିବା ନେଇ ସ୍ପଷ୍ଟ ଭାବେ ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking