28.1 C
Bhubaneswar
Saturday, April 27, 2024
Homeଓଡିଶାପତିପତ୍ନୀଙ୍କ ଝଗଡା ପରେ କ’ଣ ଘଟିଲା ଜାଣନ୍ତୁ....

ପତିପତ୍ନୀଙ୍କ ଝଗଡା ପରେ କ’ଣ ଘଟିଲା ଜାଣନ୍ତୁ….

ନୋଏଡା : ଗ୍ରେଟର ନୋଏଡାରେ ପତି -ପତ୍ନୀଙ୍କ ଝଗଡା ଏହି ସ୍ତର ପର୍ଯ୍ୟନ୍ତ ବଢିଯାଇଥିଲା ଯେ, ସ୍ୱାମୀଙ୍କୁ ନିଜ ଜୀବନ ହାରିବାକୁ ପଡିଲା ।  ଦମ୍ପନ୍ତିଙ୍କ ଝଗଡାରେ ସ୍ୱାମୀଙ୍କର ମୃତ୍ୟୁ ଘଟିଛି ।  ବିସରଖ ଠାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇ ସ୍ୱାମୀ ନିଜକୁ ଛୁରୀରେ ଭୁଷି ଆତ୍ମହତ୍ୟା କରିଛନ୍ତି । ବିସରଖ ଥାନା ପ୍ରଭାରୀ ଅନିତା ଚୌହାନ କହିଛନ୍ତି ଯେ, ପଶ୍ଚିମ ଗ୍ରେଟର ନୋଏଡା ସ୍ଥିତ ଟ୍ରାଇଡେଣ୍ଟ ହାଉସିଂ ସୋସାଇଟିରେ ବରୁଣ ଗୌତମ ନିଜ ପତ୍ନୀ ଜ୍ୟୋତିଙ୍କ ସହିତ ରହୁଥିଲେ । ଦୁଇଜଣଙ୍କ ମଧ୍ୟରେ ରବିବାର ଦିନ ବିବାଦ ହୋଇଥିଲା ।  ଏଥିରେ ରାଗରେ ଆସି ନିଜ ଛାତିକୁ ଛୁରୀରେ ଭୁଷିି ଦେଇଥିଲେ । ଯେଉଁଥିରେ ଗୌତମ ଅତି ଗୁରୁତର ଭାବେ ଆହତ ହୋଇଥିଲେ ।

ଏହାପରେ ଜ୍ୟୋତି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଏସଏଚଓଙ୍କ କହିବା ଅନୁସାରେ ଚିକିତ୍ସା ସମୟରେ ଗୌତମଙ୍କ ମୃତ୍ୟୁ ହୋଇଥିଲା । ପରେ ଏହି ଖବର ପୋଲିସକୁ ଦିଆ ହୋଇଥିଲା ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।  ଏହାସହ ପୋଲିସ ଆଖପାଖ ଲୋକଙ୍କ ସହ ଗୌତମଙ୍କ ପତ୍ନୀଙ୍କ ବୟାନ ରେକର୍ଡ କରିଛି ଓ ମାମଲାର ଯାଞ୍ଚ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking