29.1 C
Bhubaneswar
Saturday, April 27, 2024
Homeଓଡିଶାଏ ଅଧିବେଶନରେ ସରକାର ଭୟ କରୁଛନ୍ତି : ନରସିଂହ ମିଶ୍ର  

ଏ ଅଧିବେଶନରେ ସରକାର ଭୟ କରୁଛନ୍ତି : ନରସିଂହ ମିଶ୍ର  

ଭୁବନେଶ୍ୱର: ବିଧାନସଭାରେ ସର୍ବଦଳୀୟ ବୈଠକ ଡାକିବା ପାଇଁ ନିବେଦନ କରିଥିଲେ ବିରୋଧୀଦଳ ବିଧାୟକ ନେତା ନରସିଂହ ମିଶ୍ର । ଏହାକୁ ପ୍ରତ୍ୟାଖାନ କରିଥିଲେ ବାଚସ୍ପତି ଯାହକୁ ନେଇ ଗୃହରେ ହୋହାଲ୍ଲା ହୋଇଥିଲା ଯାହାଫଳରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ । ୨୯ତାରିଖରେ କରଯାଇଥିବା ସର୍ବଦଳୀୟ ବୈଠକରେ ଯେଉଁ ବିଲ୍‌କୁ ପାସ୍ କରାଯିବାକୁ କୁହାଯାଉଥିଲା ତାହାକୁ ବାଚସ୍ପତି ସ୍ଥଗତି ରଖିଦେଲେ । ବୈଠକରେ ଯଦି ସବୁକଥା ଶୁଣାଯାଏ ତାହାଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ।ଏହାପରେ ଫଟୋକୁ ନେଇ ବିବୃତି ରଖିଥିଲେ ବିଧାୟକ ନରସିଂହ ମିଶ୍ର କହିଛନ୍ତି ମୋର ଯଦି କୌଣସି ଫଟୋ ଅଛି ମୁଁ ତଦନ୍ତକୁ ସ୍ୱାଗତ କରୁଛି । ଯେଉଁମାନଙ୍କ ଫଟୋ ଅଛି ଗୃହରାଷ୍ଟ୍ର ମନ୍ତ୍ରୀ ପୂର୍ବତନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ଯଦି ସାହସ ଅଛି ତଦନ୍ତ ପ୍ରକ୍ରିୟାକୁ ଆସନ୍ତୁ ବୋଲି ସେ କହିଛନ୍ତି । ମୁଁ ତଦନ୍ତ ଦାବି କରୁଛି ଯଦି ମୁଁ ସେଥିରେ ଲିପ୍ତ ଅଛି ତାହାଲେ ତଦନ୍ତ କରାଯାଉ ମୁଁ ଆଇନର ଉର୍ଦ୍ଧରେ ନୁହେଁ ମୋ ବିରୁଦ୍ଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ କରାଯାଉ । ତଦନ୍ତକୁ ସିଏ ଭୟ କରେ ଯିଏ ଦୋଷୀବୋଲି ଭାବୁଥାଏ । ବର୍ତ୍ତମାନ କୁହାଯାଉଛି ଯେ ବଲାଙ୍ଗୀରରେ ଯେତେସବୁ ଗୁଣ୍ଡା ଲୋକଙ୍କର ଘର ଭଙ୍ଗାହେଉଛି ସେମାନେ ସବୁ ବିଜେଡି ସହ ଲିପ୍ତ ଅଛନ୍ତି । ତାକୁ କଣପାଇଁ ଖଣ୍ଡନ କରୁନାହାନ୍ତି ରାଜ୍ୟସରକାର ବୋଲି କହିଛନ୍ତି କଫସିରଫଠୁ ଆରମ୍ଭ କରି ବାଣିକ୍ ପର୍ଯ୍ୟନ୍ତ ସବୁଥିରେ ବିଜେଡି ସରକାର ଅଛନ୍ତି ବୋଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking