29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଚିଠି ସହ ପ୍ରେମିକର ଫଟୋ ଜବତ

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଚିଠି ସହ ପ୍ରେମିକର ଫଟୋ ଜବତ

ରାଇଘର : ଏକ ଗଛରୁ ଯୁବତୀଙ୍କର ଝୁଲନ୍ତା ମୃତଦେହ ସହିତ ଏକ ହାତ ଲେଖା ଚିଠି ଓ ଜଣେ ଯୁବକର ଫଟୋ ଜବତ କରିଛି କୁନ୍ଦେଇ ଥାନା ପୁଲିସ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କସକଙ୍ଗା ପଞ୍ଚାୟତ ର ଜଡ଼ାପାରା ଗ୍ରାମରେ । ମୃତ ଯୁବତୀ ଜଣକ ହେଉଛନ୍ତି କୁରାବେଡା ପଞ୍ଚାୟତର ସୋନପୁର (ଆଦିବାସୀ) ଗ୍ରାମର ଶରତ ଗଣ୍ଡଙ୍କ ଝିଅ ରାଇବତୀ ଗଣ୍ଡ (୧୯) ।
ସୂଚନା ଅନୁଯାୟୀ, ଆଜି ସକାଳ ଜଡ଼ାପାରା ଗ୍ରାମର କିଛି ଲୋକ ଶୌଚ ପାଇଁ ଜମିକୁ ଯାଉଥିବା ବେଳେ ଶବ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଯୁବତୀ ଜଣକ ରାଇବତୀ ଗଣ୍ଡ ବୋଲି ଜଣାପଡ଼ିବା ପରେ ଘର ଲୋକଙ୍କୁ ଖବର ଦେଇଥିଲେ । ରାଇବତୀ ପ୍ରାୟ ସମୟରେ ତାଙ୍କ ସଂପର୍କୀୟଙ୍କ ଘର ଜଡ଼ାପାରା ଗ୍ରାମକୁ ଯିବା ଆସିବା କରିଥାଆନ୍ତି । ଆଜି ଗ୍ରାମବାସୀ ପରିଚୟ ପାଇବା ପରେ କୁନ୍ଦେଇ ପୋଲିସକୁ ଖବର ଦେଇଥିଲେ । ଯୁବତୀଙ୍କ ପରିବାର ଲୋକେ ପହଞ୍ôଚବା ପରେ ନିକଟରେ ତିନି ପୃଷ୍ଠା ସମ୍ବଳିତ ଓଡ଼ିଆରେ ହାତ ଲେଖା ଚିଠି, ଜଣେ ଯୁବକଙ୍କ ପାସପୋର୍ଟ ଫଟୋ ଓ ଏକ ସୁଇଚ ଅଫ୍ ଥିବା ମୋବାଇଲ ମିଳିଥିଲା । ଏ ନେଇ କୁନ୍ଦେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଥାନା ଭାରପ୍ରାପ୍ତ ଅଧିକାରୀ ରାମଚନ୍ଦ୍ର ଅଗସ୍ତି, ଏଏସଆଇ ଶିଶିର କାନ୍ତ ଘୋଷ ଓ ଗୋରା ଛପାଡି ପ୍ରମୁଖ ଘଟଣାର ତଦନ୍ତ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking