26.1 C
Bhubaneswar
Wednesday, May 8, 2024
Homeଅପରାଧଫିଲ୍ମରେ କାମ ଦେବା ଲୋଭ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ

ଫିଲ୍ମରେ କାମ ଦେବା ଲୋଭ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ପରି ଲଜ୍ଜାଜନକ ଘଟଣା ୟୁପିର ଗୋରଖପୁରରେ ଦେଖିବାକୁ ମିଳିଛି। ସୂଚନାରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତା ଯୁବତୀ ଜଣକ ନାବାଳିକାଙ୍କୁ ଫିଲ୍ମରେ କାମ ଦେବ‌ା କଥା କହି ଗ୍ବାଲିୟର୍‌ ନେଇ ଯାଇଥିଲେ। ସେଠାରେ ୧୦ ଦିନ କାଳ ଉକ୍ତ ନାବାଳିକାଙ୍କୁ ବନ୍ଦୀ କରି ଅଭିଯୁକ୍ତା ଯୁବତୀ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପୁଲିସ୍‌ଏ ସଂପର୍କରେ ଅଭିଯୋଗ ପାଇବା ପରେ ଅଭିଯୁକ୍ତା ଯୁବତୀଙ୍କୁ ଗିରଫ କରି ମାମଲା ରୁଜୁ କରିଛି।

ପୀଡ଼ିତା ନାବାଳିକା ଜଣକ ଗୋରଖପୁରର ଜନପଦର ବ‌ାସିନ୍ଦା। ସେ ଦଶମ ପାସ୍‌ କରିଛନ୍ତି। ଅଭିଯୁକ୍ତା ଯୁବତୀ ଜଣକ ହେଉଛନ୍ତି ଗ୍ବାଲିୟର୍‌ର। ପୀଡ଼ତା ନାବାଳିକା ପୁଲିସ୍‌ରେ ଅଭିଯୋଗ ଆଣି କହିଛନ୍ତି ଯେ ୨ ମାସ ତଳୁ ସେ ଫେସ୍‌ବୁକ୍‌ ଜରିଆରେ ମୁନ୍ନୁ ନାମ୍ନୀ ଯୁବତୀଙ୍କ ସହ ଚିହ୍ନା ପରିଚିତ ହୋଇଥିଲେ। ମୁନ୍ନୁ ତାଙ୍କ ସହ ସବୁବ‌େଳେ ଆଡଲ୍ଟ କଥା ହେଉଥିଲେ। ତା’ର କିଛି ଦିନ ପରେ ତାଙ୍କର ପରିଚୟ ହେଲା ମାଧୁରୀ ରଜାବତ୍‌ ନାମ୍ନୀ ଯୁବତୀଙ୍କ ସହ। ମାଧୁରୀ ତାଙ୍କୁ ବଡ଼ ଲୋକ କରିଦେବାର ସ୍ବପ୍ନ ଦେଖାଇଲେ। ମାଧୁରୀ ତାଙ୍କୁ ଫିଲ୍ମରେ କାମ କରିବାର ସୁଯୋଗ ଦେବାକୁ ବି କହିଲେ। ନାବାଳିକା ଜଣକ ତାଙ୍କ କଥାରେ ଉପରେ ବିଶ୍ବାସ କରିଗଲେ। ମାଧୁରୀଙ୍କ କହିବାନୁସାରେ ସେ ତାଙ୍କ ସହ ଗ୍ବାଲିୟର୍‌ ପଳାଇଲେ। ସେଠା‌ରେ ଯାଇ ମାଧୁରୀଙ୍କ ଦ୍ବାରା ଦୁଷ୍କର୍ଷର ଶିକାର ହୋଇଥିବା ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking