28.9 C
Bhubaneswar
Wednesday, April 17, 2024
Homeଅପରାଧସୁଇସାଇଡ୍‌ ନୋଟ୍‌ରେ ଏଭଳି ଲେଖି ଜୀବନ ହାରିଲେ ୮୩ ବର୍ଷୀୟା ମହିଳା

ସୁଇସାଇଡ୍‌ ନୋଟ୍‌ରେ ଏଭଳି ଲେଖି ଜୀବନ ହାରିଲେ ୮୩ ବର୍ଷୀୟା ମହିଳା

ଗାଜିଆବାଦ୍‌: କେହି ଯଦି ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନିଅନ୍ତି ତ ତାଙ୍କ ପରେ ତ‌ାଙ୍କ ପରିବାର ଲୋକଙ୍କୁ କିପରି ଅସୁବିଧାର ସାମ୍ନା କରିବାକୁ ପଡ଼େ ତାହା ଆପଣ ଜାଣନ୍ତି। ନିକଟରେ ବି ଏପରି ଅନେକ ଘଟଣା ଘଟିଛି। ଆତ୍ମହତ୍ୟା କରି ଲୋକ ଜୀବନ ହାରିବା ପରେ ପୁଲିସ୍‌ ଜେରାରେ ବାନ୍ଧି ହୋଇପଡ଼ନ୍ତି ପରିବାର ଲୋକ। ଆତ୍ମହତ୍ୟାର ପ୍ରକୃତ କାରଣ ନ ଜଣାପଡ଼ିବା ପର୍ଯ୍ୟନ୍ତ ପୁଲିସ୍‌ରୁ ନେଇ ସାଧାରଣ ଜନତା ସମସ୍ତଙ୍କ ମନରେ ଉଙ୍କିମାରେ ଅସରନ୍ତି ପ୍ରଶ୍ନ। ସେହିଭଳି ସମସ୍ୟାକୁ ଏ‌ଡ଼ାଇବାକୁ ଯାଇ ଜଣେ ୮୩ ବର୍ଷୀୟା ବୃଦ୍ଧା ଆତ୍ମହତ୍ୟା କରିବା ସହ ପରିବ‌ାର ଲୋକଙ୍କୁ ହଇରାଣ ନକରିବା ପାଇଁ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ନିଜ ପିଲାମାନଙ୍କୁ ଅସୁବିଧାରେ ନପକାଇବାକୁ ଜଣେ ମାଆଙ୍କର ଏପରି ନୋଟ୍‌ ସାଧାରଣରେ ଚର୍ଚ୍ଚା ପାଲଟିଛି।ଘଟଣାଟି ହେଉଛି ଗାଜିଆବାଦ୍‌ସ୍ଥିତ ହରିଦାପୁରମର ଜୟପୁରିଆ ସନ୍‌ରାଇଜ୍‌ ଗ୍ରୀନ୍‌ ସୋସାଇଟିର। ‌ସୋସା‌ଇଟିର ୧୩ ମହଲା ଉପରୁ ତଳକୁ ଡେଇଁ ୮୩ ବର୍ଷୀୟା ବୃଦ୍ଧା ନିଜ ଜୀବନ ଦେଇଛନ୍ତି। ଏହି ବୟସ୍କା ମହିଳାଙ୍କ ନାମ ଉମା। ସେ ଗତ ୨ ବର୍ଷ ହେବ ମାନସିକ ରୋଗର ଶିକାର ହୋଇ ଏକ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ମହିଳା ଜଣକ ଅଧିକାଂଶ ସମୟରେ ବିଶାଦଗ୍ରସ୍ତ ରହୁଥିଲେ।

ସୂଚନା ମୁତାବକ, ନାଗାର୍ଜୁନ ବର୍ତ୍ତମାନ ବିଗ୍‌ ବସ୍‌ ତେଲୁଗୁର ଆଗାମୀ ସିଜନ୍‌ ୬ ଉପରେ ଧ୍ୟାନ ଦେଉଛନ୍ତି। ସେଥିପାଇଁ ସେ କୌଣସି ନୂଆ ଫିଲ୍ମ ସାଇନ୍‌ କରୁ ନାହାନ୍ତି। ଏହି ରିଆଲିଟି ଶୋ ଚଳିତ ବର୍ଷ ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହୋଇପାରେ। ନିର୍ମାତାମାନେ ଶୋ’ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।ସୂଚନାଯୋଗ୍ୟ, ନାଗାର୍ଜୁନ ଚତୁର୍ଥ ଥର ପାଇଁ ‘ବିଗ୍‌ ବସ୍‌ ତେଲୁଗୁ’ ହୋଷ୍ଟ କରିବେ। ୨୦୧୯ ମସିହା ଶୋ’ର ସିଜନ୍‌-୩ରୁ ଅଭିନେତା ଏହାକୁ ହୋଷ୍ଟ କରି ଆସୁଛନ୍ତି। ସେ ବିଗ୍‌ ବସ୍‌ର ଓଟିଟି ଭର୍ସନର ପ୍ରଥମ ସିଜନ୍‌ ମଧ୍ୟ ହୋଷ୍ଟ କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking