29.1 C
Bhubaneswar
Wednesday, April 24, 2024
Homeଓଡିଶାଭୁବନେଶ୍ୱରଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ମୃତ୍ୟୁ

ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ମୃତ୍ୟୁ

ଭୁବନେଶ୍ୱର : ଆଉ ନାହାନ୍ତି ଜଣାଶୁଣା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ କୁମାର ପଣ୍ଡା। ଆଜି ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ଦୈନିକ ଖବର କାଗଜ ‘ସମୟ’ ସହିତ ଦୀର୍ଘ ବର୍ଷ ହେଲା ଜଡ଼ିତ ଥିଲେ ଫଟୋ ସାମ୍ବାଦିକ ଅଶୋକ କୁମାର ପଣ୍ଡା। ଆଜି ସେ ପୁରୀ ଯାଉଥିଲେ ଘୋଷଯାତ୍ରା ଅବସରରେ ଫଟୋ ଉଠାଇବା ପାଇଁ।ଭୋର ପ୍ରାୟ ୫ଟା ବେଳେ ସେ ବାଇକ୍ ଯୋଗେ ପୁରୀ ଅଭିମୁଖେ ଯାଉଥିବା ବେଳେ ସାତଶଙ୍ଖ ନିକଟରେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା ଗୁରୁତର ଅବସ୍ଥାରେ ଅଶୋକ ପଣ୍ଡାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking