26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଜଳଖିଆ ଦେବାରେ ବିଳମ୍ବ କରିବାରୁ ବୋହୂକୁ ଗୁଳିମାରି ହତ୍ୟା କଲା ଶ୍ୱଶୁର

ଜଳଖିଆ ଦେବାରେ ବିଳମ୍ବ କରିବାରୁ ବୋହୂକୁ ଗୁଳିମାରି ହତ୍ୟା କଲା ଶ୍ୱଶୁର

ମୁମ୍ବାଇ: ଜଳଖିଆ ଦେବାରେ ବିଳମ୍ବ ଯୋଗୁଁ ବୋହୂକୁ ଗୁଳିମାରିଲେ ଶ୍ୱଶୁର । ମହାରାଷ୍ଟ୍ରରେ ଏଭଳି ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ତାଙ୍କ ବୋହୂକୁ ଗୁଳି କରି ହତ୍ୟା କରିଥିଲେ । ଗୁଳି ମାରିବା ପରେ ଏବେ ଅଭିଯୁକ୍ତ ଶ୍ୱଶୁର ଫେରାର ଥିବାବେଳେ ପୋଲିସ ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । ଏହି ମାମଲା ମହାରାଷ୍ଟ୍ରର ଥାନେ ଜିଲ୍ଲାର ରାବୋଡି ଅଞ୍ଚଳରେ ଘଟିଛି । ପରିବାର ସଦସ୍ୟ ଅଭିଯୁକ୍ତଙ୍କ ବିରୋଧରେ ରାବୋଡି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ କାଶୀନାଥ ପାଣ୍ଡୁରାଙ୍ଗ ପାଟିଲ(୭୬) ଜଣେ ବ୍ୟବସାୟୀ ।

ସୂଚନା ଅନୁଯାୟୀ, ବୋହୂ ୪୨ ବର୍ଷୀୟ ସୀମା ରାଜେନ୍ଦ୍ର ପରିବାର ପାଇଁ ସକାଳ ଜଳଖିଆ ପ୍ରସ୍ତୁତ କରୁଥିଲେ । ଜଳଖିଆରେ ସାମାନ୍ୟ ବିଳମ୍ବ ଯୋଗୁଁ ଶ୍ୱଶୁର କାଶୀନାଥ ପାଣ୍ଡୁରାଙ୍ଗ ପାଟିଲ ଏତେ ମାତ୍ରାରେ ରାଗିଯାଇଥିଲେ ଯେ ସେ ତାଙ୍କ ସର୍ଭିସ ରିଭଲଭରରୁ ବୋହୂଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି ସୀମାଙ୍କ ପେଟରେ ବାଜିଥିବାବେଳେ ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ । ପ୍ରାୟ ୨୦ ଘଣ୍ଟା ଧରି ଜୀବନ ସହ ସଂଗ୍ରାମ କରିବା ପରେ ଶେଷରେ ସୀମାଙ୍କର ମୃତ୍ୟୁ ହୋଇଥିଲା । ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୋଲିସ ଟିମ୍ ଗଠନ କରିଛି । ଏ ନେଇ ଅଭିଯୁକ୍ତ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରାଯାଇ ପୋଲିସ ଛାନ୍‌ଭିନ୍ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking